ଗୋଦାମରେ ପୁଲିସ୍‌ର ରେଡ୍ ; ଟ୍ରକରୁ ୩୦୦ ପେଟି ବିଦେଶୀ ମଦ ଜବତ

ରାଇରଙ୍ଗପୁର : ମୟୂରଭଞ୍ଜ ବହଳଦା ଥାନା ବହଳଦା ବଜାରରେ ପୁଲିସର ରେଡ୍। ଏକ ଗୋଦାମରେ ଚଢ଼ଉ କରି ଗୋଟିଏ ଟ୍ରକରୁ ପ୍ରାୟ ୩୦୦ ପେଟି ବିଦେଶୀ ମଦ ଜବତ କରିଛି ପୁଲିସ।

ଅରୁଣାଚଳ ପ୍ରଦେଶରୁ ଏତେ ପରିମାଣର ମଦ ଆସିଥିଲା ବିନା ଲାଇସେନ୍ସରେ। ବେଆଇନ୍ ଭାବେ ଏହି ଗୋଦାମରେ ମଦ କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

You might also like