ସିଲ୍ ହେଲା ବେଲଟିକିରି ସେଲ୍ଟର୍ ହୋମ୍
ଢେଙ୍କାନାଳ: ଶେଷରେ ସିଲ୍ ହେଲା ଢେଙ୍କାନାଳ ଜିଲ୍ଲା ବେଲଟିକିରିରେ ଥିବା ସେଲ୍ଟର୍ ହୋମ୍। ଏଠାରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ଏବଂ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ତହସିଲଦାରଙ୍କ ଉପସ୍ଥିତିରେ ଢେଙ୍କାନାଳ ସଦର ଥାନା ପୁଲିସ୍ ସେଲ୍ଟର୍ ହୋମ୍ ସିଲ୍ କରିଛନ୍ତି।
ସିଲ୍ ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧତ୍କାରୀ ମଧ୍ୟ ଉପସ୍ଥିତ ଥିଲେ। ତେବେ ଅନ୍ତେବାସୀଙ୍କୁ କେଉଁଠିକୁ ସ୍ଥାନାନ୍ତର କରାଗଲା ତାହା ଜଣାପଡ଼ିନାହିଁ।
ଏହି ବେଆଇନ୍ ସେଲ୍ଟର୍ ହୋମ୍ରେ ଜୋରଜବରଦସ୍ତ ଅନ୍ତେବାସୀଙ୍କ ସହ ଘୃଣ୍ୟ କାମ ଚାଲିଥିବା ଅଭିଯୋଗ ହୋଇଛି। ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ଏହି ସେଲ୍ଟର୍ ହୋମ୍ ପରିଚାଳିତ ହେଉଛି। ଅଭିଯୋଗ ପରେ ସେଲ୍ଟର୍ ହୋମ୍ ଇନ୍ଚାର୍ଜ ସୀମାଞ୍ଚଳ ନାୟକଙ୍କୁ ପୁଲିସ୍ ଗିରଫ କରିଛି। ସେପଟେ ସଂସ୍ଥା ମୁଖ୍ୟ ଫୈଜ ରେହମାନ୍ଙ୍କୁ ମଧ୍ୟ ପୁଲିସ୍ ନିଜ ହେପାଜତକୁ ନେଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ସେଲ୍ଟର୍ ହୋମ୍ରେ ଚାଲିଥିବା ନିର୍ଯାତନା ନେଇ ଗୁମର ଖୋଲିଲା ଇ-ମେଲ୍