ଗୋଟିଏ ପରିବାରର ୪ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ୍‌

ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲିରେ ମେହେର ପରିବାର ଉପରେ ମରଣାନ୍ତକ ଆକ୍ରମଣ ଘଟଣାର ପର୍ଦ୍ଦାଫାସ ହୋଇଛି। ପ୍ରେମିକ ପାଖରେ ରହିବା ପାଇଁ ମେହେର ପରିବାରର ବୋହୂ ଏହି ଷଡଯନ୍ତ୍ର କରିଥିବା ପୁଲିସ୍‌ ତଦନ୍ତରୁ ଜଣାପଡିଛି।

ଏହି ଘଟଣାରେ ମେହେର ପରିବାରର ବୋହୂ ସମେତ, ପ୍ରେମିକ, ପ୍ରେମିକର ଜଣେ ସାଙ୍ଗ ଓ  ବୋହୂର ବାପାକୁ ପୁଲିସ୍‌ ଗିରଫ କରିଛି। ତେବେ ବୋହୂର ଭଉଣୀ ମଧ୍ୟ ଏହି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି। ଅଭିଯୁକ୍ତ ଭଉଣୀ  ନାବାଳିକା ଥିବାରୁ ତାଙ୍କୁ ସୁଧାର ଗୃହ ପଠାଯାଇଛି।

ଗତ ୫ ତାରିଖ ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ବୈରଖପାଲିର କ୍ଷୀରୋଦ୍ରର ମେହେରଙ୍କ ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ।  ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ଭୁଜାଲି ଆକ୍ରମଣରେ ପତ୍ନଙ୍କ ମୃତ୍ୟୁ ଘଟିଥିଲା।  ଅଭିଯୁକ୍ତଙ୍କ ଆକ୍ରମଣରେ କ୍ଷୀରୋଦ୍ରଙ୍କ ସମେତ ତାଙ୍କ ଦୁଇ ପୁଅ ମଧ୍ୟ ଆହତ ହୋଇଥିଲେ।

ଆହୁରି ମଧ୍ୟ ପଢ଼ନ୍ତୁ: ଗୋଟିଏ ପରିବାରର ୪ଜଣଙ୍କୁ ଭୁଜାଲିରେ ଆକ୍ରମଣ

You might also like