ବେଆଇନ ଚାଲାଣ ବେଳେ ୧୦ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗିର: ବାହାର ରାଜ୍ୟକୁ ୧୦ ଦାଦନ ଶ୍ରମିକ ଚାଲାଣ ବେଳେ ସେମାନଙ୍କୁ ବଲାଙ୍ଗିର ଖପ୍ରାଖୋଲ ପୁଲିସ୍‌ ଉଦ୍ଧାର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ଶ୍ରମିକ ଚାଲାଣ ଖବର ପାଇ ଖପ୍ରାଖୋଲ ପୁଲିସ୍‌ ଲାଠୋର ନିକଟ ବଡ଼ ଗୁର୍ଜିଭଟା ଗାଁ ନିକଟରେ ଏକ ଗାଡ଼ିକୁ ଅଟକାଇଥିଲା।

ଗାଡ଼ିରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଗାଁକୁ ପଠାଯାଇଛି। ଉଦ୍ଧାର ସମସ୍ତ ଶ୍ରମିକ ବରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଗାଡ଼ିର ଡ୍ରାଇଭରକୁ ପୁଲିସ୍‌ ଅଟକ ରଖିଛି।

ଶ୍ରମିକମାନଙ୍କୁ ହାଇଦ୍ରାବାଦର ଏକ ଇଟାଭାଟିରେ କାମ କରିବାକୁ ନିଆଯାଉଥିବା ଜଣାପଡିଛି।

You might also like