ବାଲି ଚାଲାଣକୁ ନେଇ ହିଞ୍ଜିଳିରେ ଉତ୍ତେଜନା, ଲାଠିଚାର୍ଜ

ଆସିକା: ବାଲି ଚାଲାଣକୁ ନେଇ ଗଞ୍ଜାମ ଜିଲ୍ଲା ହିଞ୍ଜିଳି କୋଳିଦାସପୁର ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ହିଞ୍ଜିଳି ଥାନା ଆଗରେ ଧାରଣାରତ ଗ୍ରାମବାସୀଙ୍କୁ ପୋଲିସ୍‌ ଲାଠିଚାର୍ଜ କରିଥିବା ସୂଚନା ମିଳିଛି। ପୋଲିସର ଲାଠି ଚାଳନା ପରେ ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି।

ପୋଲିସ୍‌ ଉପରକୁ ଆନ୍ଦୋଳନକାରୀମାନେ ମଧ୍ୟ ଢେଲାପଥର ମାଡ଼ କରିଛନ୍ତି। ଗତ ୨୧ ତାରିଖରେ ବାଲି ଚୋରା ଚାଲାଣକୁ ବିରୋଧ କରି ଟ୍ରକ, ଟ୍ରାକ୍ଟର ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ଏହି ଘଟଣାରେ ୧୦ ଅଭିଯୁକ୍ତଙ୍କୁ ହିଞ୍ଜିଳି ପୋଲିସ୍‌ ଅଟକ ରଖିଛି।  ଅଟକ ୧୦ ଅଭିଯୁକ୍ତଙ୍କୁ ଖଲାସ ଦାବିରେ ଧାରଣା ଦେଇଥିଲେ ଗ୍ରାମବାସୀ।

ଅନ୍ୟପକ୍ଷରେ, ଏହି ଘଟଣା ସଂପର୍କରେ ପୋଲିସ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।

ପଢ଼ନ୍ତୁ: ରାତି ଅଧରେ ୮ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

 

You might also like