OTVର ଡକ୍ୟୁମେଣ୍ଟ୍ ଗ୍ରହଣ କଲାନି ପୋଲିସ୍
ଭୁବନେଶ୍ୱର: ନିଜେ ଡକ୍ୟୁମେଣ୍ଟ୍ ମାଗିଲେ କିନ୍ତୁ ରଖିଲେ ନାହିଁ। ଭାଇରାଲ୍ ଅଡିଓ ମାମଲାରେ CrPC ଧାରା-୯୧ ଅନୁସାରେ ଡକ୍ୟୁମେଣ୍ଟ୍ ଦାଖଲ ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଓଟିଭିକୁ କୁହାଯାଇଥିଲା।
ଓଟିଭିର ଲୋକ ସଂପର୍କ ଅଧିକାରୀ ଏ ସମ୍ପର୍କିତ ଡକ୍ୟୁମେଣ୍ଟ୍ ଓ କଭରିଂ ଲେଟର୍ ନେଇ ଆଜି ଥାନାକୁ ଯାଇଥିଲେ। କମିଶନରେଟ୍ ପୋଲିସ୍ କଭରିଂ ଲେଟର ଗ୍ରହଣ କରିଥିବାବେଳେ ଡକ୍ୟୁମେଣ୍ଟ୍କୁ ଗ୍ରହଣ କରି ନ ଥିଲେ। ଏହାସହିତ କାହିଁକି ଡକ୍ୟୁମେଣ୍ଟ୍ ରଖିଲେ ନାହିଁ ତାହାର କାରଣ ମଧ୍ୟ ଦର୍ଶାଇ ନାହାନ୍ତି।
ପୋଲିସ୍ ଡକ୍ୟୁମେଣ୍ଟ୍ ଗ୍ରହଣ ନ କରିବାରୁ ଓଟିଭି ପକ୍ଷରୁ କୋରିଅରରେ ଡକ୍ୟୁମେଣ୍ଟ୍ ଗୁଡ଼ିକୁ କ୍ୟାପିଟାଲ ଥାନାକୁ ପଠାଯାଇଛି।
ପୋଲିସ୍ କାହିଁକି ଡକ୍ୟୁମେଣ୍ଟ୍ ରଖିବାକୁ ମନାକଲା ? ଏହା ପଛର କାରଣ କଣ ? କିଛି ନିର୍ଦ୍ଦିଷ୍ଟ ଅଭିସନ୍ଧି ରଖି ପୋଲିସ୍ ଏପରି କରିଛି କି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପଢ଼ନ୍ତୁ: ଅଡିଓ ଭାଇରାଲ୍ ମାମଲା: ୨ ଗିରଫ, ଭାଇରାଲ୍ କରିଥିବା ମାନିଲେ ବିଶ୍ୱଜିତ୍