ନବରଙ୍ଗପୁର: ମାଟିତଳୁ ମୃତଦେହ ଉଦ୍ଧାର। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଅନ୍ତର୍ଗତ ଢେପଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ୪ ଦିନ ପରେ ଅର୍ଥାତ୍ ଗତକାଲି ପୁଲିସ୍ ମାଟିତଳୁ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ନାଁ ଚନ୍ଦନ ଜାନୀ।
ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭୁବନ ଜାନୀ ଓ ତାଙ୍କର ୩ଜଣ ଶଳାଙ୍କୁ ପୁଲିସ୍ ଗିରଫ କରିଛି।
ପୁଲିସ୍ର ସୂଚନା ଅନୁସାରେ, ଗତ ୨୨ ତାରିଖ ଦିନ ଚନ୍ଦନଙ୍କୁ ଭୁବନ ଓ ତାଙ୍କ ତିନି ଜଣ ଶଳା ମିଶି ନିକଟସ୍ଥ ଜଙ୍ଗଲକୁ ଡାକି ନେଇ ହତ୍ୟା କରି ପୋତି ଦେଇଥିଲେ।
ପାରିବାରିକ ଶତ୍ରୁତା ଓ ଚାଷ ଜମିକୁ ନେଇ ଦୁଇ ସମ୍ପର୍କୀୟ ଭାଇ ଚନ୍ଦନ ଓ ଭୁବନଙ୍କ ମଧ୍ୟରେ ବହୁଦିନ ଧରି ଗଣ୍ଡଗୋଳ ଲାଗି ରହିଥିଲା ବୋଲି ଜଣାପଡ଼ିଛି।