ରାତି ଅଧରେ କଂଗ୍ରେସ ନେତାଙ୍କ ଘରେ ଚଢ଼ଉ

କଟକ: କଟକ ପୁରୀଘାଟ ଥାନାରେ କଂଗ୍ରେସର ଭଙ୍ଗାରୁଜା ଅଭିଯୋଗ ଘଟଣାରେ କଂଗ୍ରେସ ନେତାଙ୍କ ଘରେ ପୁଲିସ୍‌ର ରାତି ଅଧିଆ ଚଢ଼ଉ।

୩ କର୍ପୋରେଟରଙ୍କ ସମେତ ପ୍ରାୟ ୨୦ଜଣ କର୍ମୀଙ୍କୁ ପୁଲିସ୍‌ ଅଟକ ରଖିଛି। କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ଙ୍କ ଘରେ ବି ଚଢ଼ଉ କରାଯାଇଛି।

ସୂଚନାଥାଉ କି, ଗତ ସୋମବାର ଦିନ ଭାରତବନ୍ଦ ବେଳେ CMC ଅଫିସ୍‌ ଭିତରକୁ ପ୍ରବେଶ କରିବା ପାଇଁ ପ୍ରୟାସ କରୁଥିବା ବେଳେ ପୁଲିସ୍‌ ଜଣେ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲା। ଯାହାର ପ୍ରତିବାଦରେ କଂଗ୍ରେସ କର୍ମୀ ମଙ୍ଗଳବାର ଦିନ ପୁରୀଘାଟ ଥାନାରେ ଭଙ୍ଗାରୁଜା କରିବା ସହ ରାସ୍ତାରୋକ ମଧ୍ୟ କରିଥିଲା।

ଏହି ଘଟଣାକୁ ନେଇ ପୁଲିସ୍‌ ମୋକିମ୍‌ ଓ ଅନ୍ୟ କଂଗ୍ରେସକର୍ମୀଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା।

 

You might also like