କଟକ ମାଫିଆ ଡନ୍ ଧଳସାମନ୍ତଙ୍କ ଘରେ ପୋଲିସ ଚଢ଼ାଉ

କଟକ: କଟକର ମାଫିଆ ଡନ୍ ଧଳସାମନ୍ତଙ୍କ ଘରେ ପୋଲିସର ଚଢ଼ାଉ କରିଛି। ରେଡ୍ ବେଳେ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ଜବତ କରାଯାଇଛି। ଜବତ ଗୁଳିର ପରିମାଣ ୫୦୦ ରାଉଣ୍ଡରୁ ଅଧିକ ବୋଲି ଜଣାପଡ଼ିଛି। ଗୋଟିଏ ସିଲ୍ ବାକ୍ସ ଭିତରୁ ଏହିସବୁ ଗୁଳି ମିଳିଛି। ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ।

ଆଜି ସନ୍ଧ୍ୟାରେ ଡି ବ୍ରଦର୍ସ ଭାବେ ଜଣାଶୁଣା ସୁଶିଲ ଧଳସାମନ୍ତ ଓ ସୁଶାନ୍ତ ଧଳସାମନ୍ତଙ୍କ କଟକ ସିଡିଏ ସ୍ଥିତ ବାସଭବନ ଉପରେ ଚଢ଼ାଉ କରିଥିଲା। କମିଶନରେଟ୍ ପୋଲିସ ପୂର୍ବରୁ ଏହି ଘରୁ ହିଁ ଧଳସାମନ୍ତଙ୍କ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା ପୋଲିସ। ତା ସହ ଏହି ଘରୁ ଲକ୍ଷେ ଟଙ୍କା ମଧ୍ୟ ଜବତ ହୋଇଥଲା। ସେବେଠାରୁ ଧଳସାମନ୍ତଙ୍କ ଏହି ଘର ଉପରେ ପୋଲିସ ନଜର ରଖିଥିବା କୁହାଯାଉଛି। ଆଜିର ଚଢ଼ାଉ ବେଳେ କଟକ ଡିସିପି ପ୍ରତୀକ୍ ସିଂ ମଧ୍ୟ ସାମିଲ ହୋଇଥିଲେ।

You might also like