ହମିରପୁର ଡବଲ ମର୍ଡର ମାମଲା: ମୃତ କଳ୍ପନାଙ୍କ ଭାଇଭଉଣୀଙ୍କୁ ଜେରା

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଛତିଶଗଡ଼ ହମିରପୁର ଡବଲ ମର୍ଡରରେ ତନାଘନା ଚଳାଇଛି ରାୟଗଡ଼ ପୋଲିସ। ଘଟଣା ନେଇ ଗତକାଲି ପୋଲିସ ମୃତ କଳ୍ପନାଙ୍କ ଭାଇ ବରୁଣ ଦାସ ଓ ଭଉଣୀ ରିନା ଦାସଙ୍କୁ ଡାକି ପଚରାଉଚୁରା କରିଛି ପ୍ରାୟ ଏକ ଘଣ୍ଟାଧରି ବିଭିନ୍ନ ବିଷୟରେ ପଚାରିଥିଲା।

ବିଶେଷକରି ଅନୁପ ଓ କଳ୍ପନା କେବେଠାରୁ ଏକାଠି ରହୁଥିଲେ ?  କଳ୍ପନା ନିଖୋଜ ପରେ କାହିଁକି ପରିବାର ପକ୍ଷରୁ ସଙ୍ଗେସଙ୍ଗେ ଏତଲା ଦିଆଯାଇନଥିଲା ସେନେଇ ପୋଲିସ ପଚରାଉଚୁରା କରିଥିବା ମୃତ କଳ୍ପନାଙ୍କ ଭାଇ ବରୁଣ ଦାସ ସୂଚନା ଦେଇଛନ୍ତି। ସେହିପରି ଭଉଣୀ ରୀନାଙ୍କୁ ମଧ୍ୟ ପୋଲିସ ଅନେକ ସମୟ ଧରି ପଚରାଉଚୁରା କରିଥିଲା । ତେବେ ଉଭୟଙ୍କୁ ପୁଣି ଥରେ ପଚରାଉଚୁରା କରାଯିବ ନା ନାହିଁ ସେନେଇ କୌଣସି ସୂଚନା ମିଳିନି ।

ସୂଚନାଥାଉ କି, କଳ୍ପନା ଦାସ ଓ ତାଙ୍କ ଝିଅ ବବ୍ଲି ମର୍ଡର ଘଟଣାରେ ରାୟଗଡ଼ ଚକ୍ରଧରନଗର ପୋଲିସ ଅନୁପଙ୍କ ପରିବାର ଲୋକଙ୍କୁ  ଧମକ ଦେଉଥିବା ଅଭିଯୋଗ କରି ସେମାନେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ  କାଲିଠାରୁ ସାରା ରାତି ଧାରଣାରେ ବସିଥିଲେ। ପରେ ବୁଝାସୁଝା ପରେ ସେମାନେ ଧାରଣାରୁ ଓହରି ଥିଲେ।

ଏହି ଘଟଣାରେ ପୂର୍ବରୁ ଅନୁପ ସାଏ ଓ ତାଙ୍କ ଡ୍ରାଇଭରଙ୍କୁ ଗିରଫ କରିସାରିଛି ପୁଲିସ‌୍‍। ଅନୁପ ସାଏଙ୍କ ରିମାଣ୍ଡ ଅବଧି ସରିଯାଇଥିବା ବେଳେ ପୁଣି ୩ଦିନ ରିମାଣ୍ଡରେ ନେବାକୁ ପୁଲିସ ରାୟଗଡ କୋର୍ଟରେ ଆବେଦନ କରିଛି। ଏଥିସହ ଅନୁପଙ୍କ ନାର୍କୋ ଟେଷ୍ଟ ପାଇଁ ମଧ୍ୟ କୋର୍ଟରେ ଆବେଦନ କରାଯାଇଛି। ତଦନ୍ତରେ ଅନୁପ ସାଏ ସହଯୋଗ କରୁନଥିବା କହିଛନ୍ତି ରାୟଗଡ ଏସ‌୍‍ପି ସନ୍ତୋଷ ସିଂହ। ଅନୁପ ସାଏ ଜେରା ବେଳେ ସେହି ପୁରୁଣା କାହାଣୀ ଶୁଣାଇଛନ୍ତି। ତେବେ ତାଙ୍କ ଡ୍ରାଇଭରଠାରୁ କିଛି ସୁରାକ ମିଳିଛି।

You might also like