ଗ୍ରାମବାସୀଙ୍କ ଆକ୍ରମଣରେ ୫ ପୁଲିସ୍‌ କର୍ମଚାରୀ ଆହତ

ପଦନାରେ ଗ୍ରାମବାସୀ-ପୁଲିସ୍‌ ମୁହାଁମୁହିଁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ପଦନାରେ ଗ୍ରାମବାସୀ-ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ୫ ପୁଲିସ୍‌ କର୍ମୀ ଆହତ ହୋଇଛନ୍ତି। ଗାଁଲୋକେ ପୁଲିସ୍‌ ଉପରେ ଆକ୍ରମଣ କରି ଆନନ୍ଦପୁର ଏସ୍‌ଡିପିଓଙ୍କ ଉପସ୍ଥିତିରେ ମଧ୍ୟ ଅଭିଯୁକ୍ତକୁ ଜୋରଜବରଦସ୍ତ ପୁଲିସ୍‌ ହାତରୁ ଛଡାଇନେଇଛନ୍ତି।

ପୂର୍ବରୁ ସନା ସେନା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବାକୁ ପୁଲିସ୍‌ ପଦନା ଗାଁକୁ ଯାଇଥିଲା। ଅଭିଯୁକ୍ତ ଜଣକ ବିଜେଡିର ଜଣେ ସମର୍ଥକ ଥିବା ଚର୍ଚ୍ଚା ହେଉଛି। ଲୋକଙ୍କ ଆକ୍ରମଣରେ ଆହତ ହୋଇଥିବା ଘସିପୁରା ଥାନାର ସବ୍ ଇନ୍‌ସପେକ୍ଟର ଗଗନ ନାୟକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଛି।

You might also like