ସମ୍ବଲପୁର: ସମ୍ବଲପୁରରେ ଗାଡ଼ି ଚେକିଂ ବେଳେ ପୋଲିସ-ପବ୍ଲିକ ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ମୀ ଟକିଜ ଛକ ନିକଟରେ ଗାଡ଼ି ଚେକିଂ ବେଳେ ଏଭଳି ସ୍ଥିତି ଉପୁଜିଛି। ବାଇକରେ ୩ ଜଣ ଯାଉଥିବାବେଳେ ଏମାନଙ୍କୁ ପୋଲିସ ଅଟକାଇଥିଲା। ତେବେ ପୋଲିସ ଗାଡ଼ି ରୋକିବାରୁ ସ୍ଥାନୀୟ ଲୋକ ଏକାଠି ହୋଇଥିଲେ। ଏହାପରେ ପୋଲିସ ସହ ପାଟିତୁଣ୍ଡ, ଧସ୍ତାଧସ୍ତି ହୋଇଥିଲା। ଏହାର ସୁଯୋଗ ନେଇ ୨ ବାଇକ ଆରୋହୀ ଖସିଯାଇଥିଲେ କିନ୍ତୁ ପୋଲିସ ବାଇକ ଚାଳକଙ୍କୁ ଅଟକ ରଖିଛି।