‘ଭାଇରାଲ ଅଡିଓ ବ୍ୟକ୍ତିଙ୍କୁ ଉଠାଇ ନେଲା ପୋଲିସ୍’

ଭୁବନେଶ୍ୱର: କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ପଦାକୁ ଆସିଲା ସତ। ଅଡିଓରେ ବାର୍ତ୍ତାଳାପ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଉଠାଇନେବା ଅଭିଯୋଗ ହୋଇଛି। ଏସଟିଏଫ୍ କହି ଉଠାଇ ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ OTV ପାଖରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଓ ସାଙ୍ଗ ଅଭିଯୋଗ କରିଛନ୍ତି। ଅପରାହ୍ନରେ ଉଠାଇ ନେଇଥିଲେ ବି ଏପର୍ଯ୍ୟନ୍ତ ସୂଚନା ଦେଇନାହାନ୍ତି। ରାତି ବିଳମ୍ବ ହୋଇଥିଲେ ବି ପରିବାର, ସାଙ୍ଗସାଥୀଙ୍କ ପାଖରେ ସୂଚନା ମଧ୍ୟ ନାହିଁ। OTV କ୍ୟାମେରା ଟିମ୍ ଆଗରେ ପରିବାର ଲୋକ ଅଭିଯୋଗ କରିଛନ୍ତି। OTV ସୋସିଆଲ ମିଡିଆ ପେଜ୍‌ରେ ପୋଷ୍ଟକୁ ନେଇ ବିବାଦ ଲାଗିଛି।

ଅଡିଓରେ ଥିବା ବ୍ୟକ୍ତିଙ୍କୁ ସ୍ୱାମୀ ବୋଲି ଦାବି କରିଥିବା ଜନୈକା ମହିଳା କହିଛନ୍ତି ଯେ, ଭାଇରାଲ ଅଡିଓରେ ଥିବା ବ୍ୟକ୍ତି ମୋ ସ୍ୱାମୀ ବିଶ୍ୱଜିତ ମହାନ୍ତି। ସାଙ୍ଗଙ୍କ ସହ କଥା ହେବାର ଅଡିଓ ଭାଇରାଲ ହୋଇଥିଲା। ମୋ ସ୍ୱାମୀ କିଛି ଭୁଲ କରି ନାହାନ୍ତି। କରୋନା ସଂକ୍ରମିତ ସାଙ୍ଗଙ୍କ ସହ କଥା ହୋଇଛନ୍ତି। କିପରି ଚିକିତ୍ସାରେ ଅସୁବିଧା ରହିଛି ସେ ନେଇ କଥା ହୋଇଛନ୍ତି। ଚିକିତ୍ସା ନେଇ ସବୁ କିଛି ଲୋକଲୋଚନକୁ ଆସିବା ଦରକାର। ଦୋଷ ଦୁର୍ବଳତା ଜାଣିବା ଦରକାର, ଗଣମାଧ୍ୟମ କହିବା ଦରକାର ବୋଲି OTV କ୍ୟାମେରା ଟିମ୍ ଆଗରେ ଅଭିଯୋଗ କରିଛନ୍ତି।

ଅପରପଟେ କରୋନା ଚିକିତ୍ସାରେ ଅବ୍ୟବସ୍ଥା ନେଇ ଭାଇରାଲ ଅଡିଓ ଘଟଣାରେ ଅଡିଓରେ ବାର୍ତ୍ତାଳାପ କରିଥିବା ୨ ଜଣଙ୍କୁ ପୋଲିସ ଉଠାଇ ନେଇଛି। ୨ ଜଣଙ୍କୁ ପୋଲିସ ଉଠାଇ ନେଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି। ବ୍ୟାପକ ତଦନ୍ତ ପାଇଁ ନିଆଯାଇଥିବା ନେଇ ପୋଲିସ କମିଶନର କହିଛନ୍ତି।

ଓଟିଭିର ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ପ୍ରସାରିତ ଦୁଇଟି ଖବରକୁ ନେଇ ବିଏମ୍‌ସି ଆପତ୍ତି ଦର୍ଶାଇ ଏକ ପ୍ରେସ୍ ରିଲିଜ୍ ଜାରି କରିଥିଲା। ଏଥିରେ କରୋନା ସମ୍ପର୍କରେ ଓଟିଭି ମିଥ୍ୟା ଓ ବିଭ୍ରାନ୍ତିକର ଖବର ପ୍ରସାର କରୁଥିବା ଅଭିଯୋଗ କରି ସୋ-କଜ୍ ନୋଟିସ ଜାରି କରିବା ସହ ପୋଲିସ୍ କମ୍ପ୍ଲେନ୍ କରିଥିବା ଉଲ୍ଲେଖ କରିଥିଲା।

ଯେଉଁ ଅଡିଓ ଓ ଭିଡିଓକୁ ନେଇ ବିଏମସିର ଆପତ୍ତି ଏବଂ ଓଟିଭି ନ୍ୟୁଜ୍ ଚ୍ୟାନେଲରେ ଅଡିଓ ପ୍ରସାରିତ ହେବାର ମିଛ ଅଭିଯୋଗ ଭିତ୍ତିରେ ଓଟିଭି ବିରୋଧରେ କ୍ୟାପିଟାଲ୍ ଥାନାରେ ଆଇପିସିର ୨୬୯/୨୭୦/୧୨୦/୫୦୫(ବି) ୩. ଇଡି. ଆକ୍ଟ/52 D.ଏମ୍ ଆକ୍ଚଟରେ ମାମଲା ରୁଜୁ ହୋଇଛି।

ଆଇନ୍ ବିଶାରଦଙ୍କ ମତରେ ଯଦି କେହି ରୋଗକୁ ସଂକ୍ରମିତ କରାଇବାରେ ସହାୟତା କରୁଥାଏ କିମ୍ବା ପ୍ରୋତ୍ସାହନ ଦେଉଥାଏ କିମ୍ବା ଦାୟୀ ହେଉଥାଏ ତା ବିରୋଧରେ ଆଇପିସିର ଦଫା ୨୬୯, ୨୭୦ ଲାଗିବା କଥା କିନ୍ତୁ ଏକ୍ଷେତ୍ରରେ ଏସବୁ ଦଫା ଆଦୌ ଆପ୍ଲିକେବୁଲ୍ ନୁହେଁ ଏହାକୁ ନେଇ କେଶ୍ କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି ଅବସରପ୍ରାପ୍ତ ବିଚାରପତି।

ଏ ପ୍ରସଙ୍ଗରେ ଓଟିଭି ସ୍ପଷ୍ଟ କରିବାକୁ ଚାହେଁ ଯେ, ଗତ ଅଗଷ୍ଟ ୬ ତାରିଖରେ ଓଟିଭିର ସୋସିଆଲ୍ ମିିଡିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ କରାଯାଇଥିବା ଏକ ଭାଇରାଲ୍ ଅଡିଓରେ, ଜଣେ କରୋନା ରୋଗୀ ନିଜ ବନ୍ଧୁଙ୍କୁ କୋଭିଡ୍ ହସ୍ପିଟାଲ୍‌ରେ ରହିବା ସମୟର  ଅନୁଭୂତି କହୁଛନ୍ତି। ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରାଯିବା ବେଳେ ସ୍ପଷ୍ଟ କରାଯାଇଛି ଯେ, ଏହା ଏକ ଭାଇରାଲ୍ ଅଡିଓ। ଏ ସମ୍ପର୍କରେ ରାଜ୍ୟ ସରକାର କିମ୍ବା ଅନ୍ୟ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ଆମର ହସ୍ତଗତ ହୋଇନାହିଁ। ପ୍ରତିକ୍ରିୟା ହସ୍ତଗତ ହେଲେ, ଆମେ ଏହାକୁ ତୁରନ୍ତ ପୋଷ୍ଟ କରିବୁ।

ଆହୁରି ପଢ଼ନ୍ତୁ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

You might also like