ନବବଧୂକୁ ଘରକୁ ନେଇ ପାରିଲାନି ବର

କଟକ: ଶିଶୁପାଳ ହେଲେ ବର, ବାହାଘର ବେଦୀରେ ସରିଯାଇଥିଲା ବାହାଘର। ବାହାଘର ସରିଯାଇଥିଲେ ବି ନବବଧୂକୁ ଆଉ ଘରକୁ ନେଇ ପାରିଲାନି ବର। ବରଂ ପୋଲିସ ହାଜତକୁ ଚାଲିଗଲେ ବର ସ୍ୱାମୀ। ଦ୍ୱିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ସ୍ତ୍ରୀ ପୋଲିସ୍‌ ନେଇ ପହଞ୍ଚି ଯାଇଥିଲେ ବାହାଘର ହେଉଥିବା ମନ୍ଦିରକୁ।

ପୋଲିସ୍ ପଚରାଉଚରା ପରେ ବର ମାନି ଯାଇଥିଲେ ସବୁ ସତ କଥା। କଟକ ମଧୁପାଟଣା ଥାନା ଅନ୍ତର୍ଗତ ସାର୍ତ୍ତୋଳ ଚଣ୍ଡୀ ମନ୍ଦିରରେ ପ୍ରକାଶ ସାମଲ ନାମକ ଜଣେ ବିବାହିତ ଯୁବକ ଦ୍ୱିତୀୟ ବିବାହ କରୁଥିଲେ, ଯାହା ଏବେ ଭଣ୍ଡୁର ହୋଇଛି।

କଟକ ମାହାଙ୍ଗା ଥାନା ଚକରପୁର ବାସିନ୍ଦା ପ୍ରକାଶ ୨୦୦୭ରେ ଜୟନ୍ତୀଙ୍କୁ ପ୍ରେମ ବିବାହ କରିଥିଲେ ପତ୍ନୀଙ୍କ ସହ ବାରମ୍ବାର ଝଗଡା ନେଇ ଗତ କିଛି ଦିନ ହେବ ସେ ତାଙ୍କଠାରୁ ଅଲଗା ରହୁଥିଲେ। ପ୍ରକାଶଙ୍କ ପତ୍ନୀ, ତାଙ୍କ ସ୍ୱାମୀ ଅନ୍ୟ ଝିଅ ସହ ସମ୍ପର୍କ ରଖୁଥିବା ଅଭିଯୋଗ କରିଛନ୍ତି। ମନ୍ଦିରରୁ ଭୟରେ ପ୍ରକାଶଙ୍କର ସମ୍ପର୍କୀୟ ଫେରାର ହୋଇ ଯାଇଥିବା ଜଣାପଡିଛି। ଘଟଣାର ତଦନ୍ତ ଆରମ୍ଭ କରିଛି।

You might also like