‌ମନ୍ଦିର ଯାଇଥିବା ବେଳେ ପିନ୍ଧି ନଥିଲେ ମାସ୍କ, ତଳେ ପକାଇ ମାରିଲା ପୋଲିସ୍

ଭଦ୍ରକ: ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡି ପୋଲିସ୍‌ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ ହୋଇଛି। ଶନିବାର ଦିନ ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଜଣେ ଯୁବକ ମନ୍ଦିର ଯାଇଥିବା ବେଳେ ମାସ୍କ ପିନ୍ଧି ନଥିବା ଅଭିଯୋଗରେ ପୋଲିସ୍‌ ତାଙ୍କୁ ମାଡ଼ ମାରି ଫାଣ୍ଡିରେ ଅଟକ ରଖିଥିଲା।

ଫାଣ୍ଡି ଭିତରେ ଯୁକ୍ତି ତର୍କ ଭିତରେ ମୋବାଇଲ ବାହାର କରିବାରୁ ହଠାତ୍ ୫ରୁ ୬ ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ୍ ଛଡାଇ ତଳେ ପକାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ଶୁଭରଞ୍ଜନଙ୍କୁ ମାଡ଼ ମାରୁଥିବା ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଖାଲି ଏତିକି ନୁହେଁ ପୋଲିସ୍ ଶୁଭରଞ୍ଜନଙ୍କୁ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ତାଙ୍କୁ ଗିରଫ କରିଛି।

ଘଟଣାକୁ ନେଇ ଆରଡ଼ି ଫାଣ୍ଡି ଅଧିକାରୀ କହିଛନ୍ତି, ‘ଭିଡିଓ କିଏ ଭାଇରାଲ୍‌ କଲା ତାହା ଜାଣିନୁ। ହେଲେ ସମ୍ପୃକ୍ତ ଯୁବକ ପୋଲିସ୍‌ କର୍ମଚାରୀଙ୍କୁ ମାଡ଼ ମାରିଛି। ଏଥିରେ ପୋଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ମାସ୍କ ଚେକିଂ ବେଳେ ମାସ୍କ ପିନ୍ଧି ନଥିବାରୁ ତାଙ୍କୁ ଅଟକାଗଲା। ଏପରିକି ସେ ହେଲ୍‌ମେଟ୍‌ ମଧ୍ୟ ପିନ୍ଧି ନଥିଲେ।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୭୪୧ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧,୦୧୫ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୭୨୬ ରହିଛି। ସେହିପରି ଗତ ୧୦ ତାରିଖ ରାଜ୍ୟରେ କରୋନାରେ ୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ଆଜି ପୁଣି ଦୁଇଜଣ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨୮ରେ ପହଞ୍ଚିଛି।

ରାଜ୍ୟରେ କରୋନା ଗ୍ରାଫ୍ ଦିନକୁ ଦିନ ଉପରମୁହାଁ ହେଉଥିବା ବେଳେ ଆଜିଠୁ ବର୍ଡର ଅଞ୍ଚଳରେ ଚେକିଂକୁ କଡ଼ାକଡ଼ି କରାଯାଇଛି। ଯେଉଁମାନେ କୋଭିଡ୍‌ର ଦୁଇଟି ଡୋଜ୍‌ ନେଇଥିବେ ଅଥବା ୭୨ ଘଣ୍ଟା ଆଗରୁ ଯାହାର RTPCR ନେଗେଟିଭ ରିପୋର୍ଟ ଥିବ ସେମାନେ ହିଁ ଓଡିଶା ଭିତରକୁ ପ୍ରବେଶ କରିପାରିବେ। ଗତ ୧୦ ତାରିଖରୁ ପବ୍ଲିକ୍ ଟ୍ରାନ୍ସପୋର୍ଟକୁ ନିଷିଦ୍ଧ କରାଯାଇଥିବା ବେଳେ କେବଳ ସାମଗ୍ରୀ ବହନ କରି ଆସୁଥିବା ଗାଡିକୁ ହିଁ ଓଡିଶା ଭିତରକୁ ପ୍ରବେଶ ଅନୁମତି ରହିଛି।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଭୁବନେଶ୍ୱର ରେଲ୍‌ୱେ ଷ୍ଟେସନରେ ଜୋରଦାର ଚେକିଂ ଆରମ୍ଭ ହୋଇଛି। ବାହାର ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି। ଏହାସହ ଆଜିଠାରୁ ଯାତ୍ରୀମାନଙ୍କ ପାଇଁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବଦଳା ଯାଇଛି।

You might also like