ଖୋଲିଲା ମାନବପ୍ରେମୀଙ୍କ ମୃତ୍ୟୁ ରହସ୍ୟ

ଭୁବନେଶ୍ୱର: ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମିଳିଲା ସୁଇସାଇଡ୍ ନୋଟ୍। ୪ ପୃଷ୍ଠାର ସୁଇସାଇଡ୍ ନୋଟ୍‌ରେ ନିଜର ମୃତ୍ୟୁ ପାଇଁ କାହାକୁ ଦାୟୀ କରିନାହାନ୍ତି। ବରଂ ତାଙ୍କର ସେହି ଡାଏରୀରେ ଅନେକ ବାର୍ତ୍ତା ଓ ଦାୟିତ୍ୱ ଯୁବପିଢି ଓ ନିଜ ଟ୍ରଷ୍ଟ ସଦସ୍ୟଙ୍କ ପାଇଁ ଛାଡ଼ି ଚାଲିଯାଇଛନ୍ତି।

ଚିଠିରେ ସେ ଲେଖିଛନ୍ତି:-

ପ୍ରିୟ ପପୁ, ବିକାଶ ଓ ପିପୁଲ୍‌ ଫର୍‌ ସେବାର ସଦସ୍ୟମାନେ। ମୃତ୍ୟୁ କେବେବେଳେ କେଉଁ ବାଟରେ ଆସି କାହାପାଖରେ ପହଞ୍ଚି ଯାଏ, ସେକଥା କେହିବି ଜାଣିନାହାନ୍ତି। ଆଜି ଠିକ୍‌ ସେମିତି ମୋ’ ପାଖରେ ଆସି ମୃତ୍ୟୁ ଉପସ୍ଥିତ। କୁହନ୍ତି କି ସିଏ ଯେତେଦିନ ପାଇଁ ଏ ଦୁନିଆକୁ ଆସିଛି, ସେତେଦିନ ହିଁ ରହିବ। ମୋର ବୋଧେ ଶେଷ ସମୟ ଆସି ଯାଇଛି।
ବହୁତ ଆଶା ଥିଲା ବୃଦ୍ଧାଶ୍ରମ ପାଇଁ ନିଜର ଗୋଟିଏ ଘର କରିବି ବୋଲି। କିନ୍ତୁ ଭଗବାନ ବୋଧେ ଚାହୁନଥିଲେ। ସେ ଯାହାବି ହେଉ ମୁଁ ଗଲା ପରେ ତୋତେ ଆଉ ବିକାଶ ଓ ପିଏଫ୍‌ଏସ୍‌ର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ରମର ଦାୟିତ୍ୱ ଲାଗିଲା। ମୁଁ ଚେକ୍‌ ସାଇନ୍‌ କରିଦେଇଛି। ଟଙ୍କା ଉଠାଇ ଆଶ୍ରମ ଚଳାଇଥିବ। ତା’ପରେ ଲିଗାଲ୍‌ ସବୁ କାଗଜପତ୍ର ଠିକ୍‌ କରିନେବ। ପପୁ ତୁ ଚେୟାରମ୍ୟାନ୍‌ ଓ ବିକାଶ ତୁ କୋଷାଧ୍ୟକ୍ଷ ପଦରେ ରହି ପିଏଫ୍‌ଏସ୍‌ ଅନୁଷ୍ଠାନକୁ ଚଳାଇବ।
ମୋ’ ଫୋନ୍‌ ରହିଲା। ସେଥିରେ ସବୁ ନମ୍ୱର ରହିଛି। ମୁଁ ଗଲା ପରେ ମଧ୍ୟ କିଛି ଅସୁବିଧା ହେବନି। ବଞ୍ଚି ଥାଉଁ ଥାଉଁ କିଛି କରିପାରିଲି ନାହିଁ। ହୁଏତ ମୁଁ ଗଲା ପରେ ଲୋକଙ୍କ ସହାନୁଭୂତିରେ ମୋର ଶେଷ ଇଚ୍ଛା ପୂରଣ ହୋଇପାରିବ। ଆଶ୍ରମ ପାଇଁ ଜମି ଖଣ୍ଡିଏ କିଛି ଘର ଗୋଟିଏ ବନାଇବ।
ବଡ଼ ନହେଉ, ପଛକେ ଛୋଟଟେ ହେଲେ ବି ଉପରୁ ଦେଖି ମୋ ଆତ୍ମା ଶାନ୍ତ ପାଇବ। ବିକାଶ, ମୋ ବାପା ଓ ମାଆ ତତୋ ଲାଗିଲା। ତାଙ୍କ କଥା ବୁଝୁଥିବୁ। ମୋର ବାହାଘର ସମୟରେ ୫୦,୦୦୦ ଟଙ୍କା ପିଏଫ୍‌ଏସ୍‌ ଆକାଉଣ୍ଟରୁ ଉଠାଇ ଖର୍ଚ୍ଚ କରିଥିଲି। ସବୁ ସୁବିଧା ଦେଖି ଜମା କରିଦେବି ବୋଲି ଭାବିଥିଲି। ମୁଁ ସେହି ୫୦,୦୦୦ ଜମା କରିପାରିଲି ନାହିଁ। ମୁଁ ବହୁତ ଦୁଃଖିତ, ଆଶା କରୁଛି ତୋତେ ଦେଇଥିବା ୭୦,୦୦୦ ଟଙ୍କା ତୁ ସମୟରେ ପିଏଫ୍‌ଏସ୍‌ ଆକାଉଣ୍ଟରେ ଜମା କରିଦେବୁ। ମୋର ଶେଷ ଇଚ୍ଛା ଯେମିତି ହେଲେ ପୂରଣ କରିବ ବୋଲି ଆଦିତ୍ୟା ଡାଏରୀରେ ଲେଖିଛନ୍ତି।
ଆଶ୍ରମ ପାଇଁ ଜମି କିଣି ଘର କରିବ। ଆଉ ଆଶ୍ରମ ଚଳାଇବା ପାଇଁ ମୋ’ ମୋବାଇଲ ତୋତେ ସବୁ ସାହାଯ୍ୟ କରିବ। ବାପା ଓ ମାଆ ଲାଗିଲେ। ତାଙ୍କ କଥା ବହୁତ ମନେ ପଡ଼ୁଛି।……… ସେମାନେ ଆଜି ଘରେ ନାହାନ୍ତି। କାଲି ସକାଳେ ସେମାନେ ଆସି ପହଞ୍ଚିବେ। ତା’ପୂର୍ବରୁ ହୁଏତ ମୁଁ ଏ ଦୁନିଆରେ ନଥିବି। ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି। ବୋଧହୁଏ ଏତିକି ଦିନ ହିଁ ମୋର ଆୟୂଷ ଥିଲା। ଶ୍ରୀ ତୁମେ ବହୁତ ଭଲ। ତୁମକୁ ମୋର ବହୁତ ଭଲ ପାଇବା। ଉପରେ ରହି ମୁଁ ତୁମକୁ ବହୁତ ମିସ୍‌ କରିବି।
ବହୁତ କିଛି ଦେଶ ପାଇଁ କରିବାର ଇଚ୍ଛା ଥିଲା। ହେଲେ ସବୁ ଇଚ୍ଛା, ଇଚ୍ଛାରେ ରହିଗଲା। ଏ ଦେଶର ଯୁବକମାନଙ୍କୁ କହିବି, ସରକାରଙ୍କ ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁକ୍ଷେତ୍ରରେ ଶକ୍ତିଶାଳି କରି ଗଢ଼ିତୋଳ। ନହେଲେ ସେ ତୁମର ବଞ୍ଚିବା ମୁସ୍କିଲ କରିଦେବେ। ଓଡ଼ିଶାରୁ ମଦ ବନ୍ଦ ହୋଇଗଲେ ମୋର ଆତ୍ମା ଶାନ୍ତି ମିଳିବ।

-ଆଦିତ୍ୟଙ୍କ ୪ପୃଷ୍ଠାର ସୁଇସାଇଡାଲ ନୋଟ୍

ପ୍ରକାଶଥାଉକି, ଗତକାଲି (ମଙ୍ଗଳବାର) ସକାଳେ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର ରେଳ ଲାଇନ୍‌ରୁ ଉଦ୍ଧାର ହୋଇଥିଲା। ଏହାପରେ ତଦନ୍ତ ଆରମ୍ଭ କରିଥିଲା ଜିଆରପି ପୋଲିସ୍। ପାରିବାରିକ ସମସ୍ୟା ନା ବାହ୍ୟ ଶତ୍ରୁ, ନା ଅନ୍ୟ କେଉଁ କାରଣ? ଏ ତମାମ୍ ଦିଗରୁ ତଦନ୍ତ କରୁଛନ୍ତି ଜିଆରପି ଏସପି। ଘଟଣାସ୍ଥଳ, ଭଡ଼ାଘର ଓ ପିପୁଲ୍ ଫର୍ ସେବା ଅନୁଷ୍ଠାନ କାର୍ଯ୍ୟାଳୟକୁ ଯାଇ ତଦନ୍ତ କରିଥିଲେ। ପରିବାର ଲୋକ ଓ କିଛି ସାଙ୍ଗସାଥୀଙ୍କୁ ପଚରାଉଚରା ବି ହୋଇଛି ଜଣାପଡ଼ିଛି।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା, ଆଦିତ୍ୟ ଘରେ ଛାଡ଼ିଯାଇଥିବା ୨ଟି ମୋବାଇଲ୍ ଓ ତାଙ୍କ ସ୍ତ୍ରୀଙ୍କ ମୋବାଇଲ୍ ସହ, ଆଦିତ୍ୟଙ୍କ ଏକ ଡାଏରୀ ଜବତ କରିଥିଲା ପୋଲିସ୍।

ଆହୁରି ପଢ଼ନ୍ତୁ

You might also like