ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଧମକ!

ଭୁବନେଶ୍ୱର: ନିଜ ହକ୍ ପାଇବା ପାଇଁ ଆନ୍ଦୋଳନ କରୁଥିବା ଆନ୍ଦୋଳନକାରୀଙ୍କୁ ବନ୍ଧୁକ ଦେଖାଇ ରାସ୍ତାରୁ ହଟାଇଲା ପୁଲିସ୍‌। ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ଆଜି ସକାଳେ ବିଏମ୍‌ସିର ଠିକା ସଫେଇ କର୍ମଚାରୀ ବକେୟା ଦରମା ଦାବିରେ ଜୟଦେବ ବିହାର ଛକରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତା ଉପରେ ଯାନବାହନ ଅଟକି ରହିଥିଲା। ପ୍ରାୟ ୪୫ ମିନିଟ୍ ପରେ ପୁଲିସ୍‌ ସେଠାରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଇବାକୁ ଉଦ୍ୟମ କରିଥିଲା। ହେଲେ ସେମାନେ ନ ଉଠିବାରୁ ପୁଲିସ୍‌ ସେମାନଙ୍କୁ ବନ୍ଧୁକ ଦେଖାଇ ରାସ୍ତାରୁ ହଟାଇଥିଲା।

ଜଣେ ପୁଲିସ୍ କର୍ମଚାରୀ ବନ୍ଧୁକ ଧରି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟାଉଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଏହି କର୍ମଚାରୀ ଏକ ଠିକା ସଂସ୍ଥା ଅଧୀନରେ କାମ କରୁଛନ୍ତି।

You might also like