ରାଜଧାନୀରେ ଲୁଟେରାଙ୍କୁ ଏମିତି ଧରିଲା ପୁଲିସ୍‌

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍‌ରୁ ଲୋକଙ୍କଠୁ ମୋବାଇଲ୍‌ ହେଉ କି ଚେନ୍‌ ଲୁଟ୍‌ କରୁଥିବା ଘଟଣା ସାମ୍‌ନାକୁ ଆସିଛି। ଲୁଟେରାମାନେ ଲୁଟ୍‌ କରି ଘଟଣାସ୍ଥଳରୁ ଫେରାର ହେଉଯାଉଥିବା ବେଳେ ଲୁଟ୍‌ ସାମଗ୍ରୀ କିମ୍ବା ଲୁଟେରାଙ୍କୁ ଧରିବା ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି।

ତେବେ ଏଭଳି ପରିସ୍ଥିତିରେ ଲୁଟେରାଙ୍କୁ ଧରିବା ପାଇଁ ପୁଲିସ୍‌ ମେସେଜ୍‌ ଟ୍ରାକ୍‌ କରି ସେମାନଙ୍କ ନିକଟରେ ପହଞ୍ଚିବା ସହ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ପ୍ରଥମେ ଲୁଟ୍‌ କରିବା ପରେ ସପିଂ ମଲ୍‌ରେ ଲାପ୍‌ଟପ୍‌ ମୋବାଇଲ୍‌ କିଣୁଥିବା ବେଳେ ଏହି ଲୁଟେରା ଧରା ପଡ଼ିଛନ୍ତି। ରାଜଧାନୀରେ ଏଭଳି କିଛି ଘଟଣା ଘଟିଛି।

ଗତକାଲି ଜନଗହଳି ପୂର୍ଣ୍ଣ ଭିଏସ୍ଏସ୍ ନଗର ମାର୍କେଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଲୁଟିଥିଲେ ଦୁବୃର୍ତ୍ତ। ଏକୁଟିଆ ରହୁଥିବା ଜଣେ ବୟସ୍କା ମହିଳାଙ୍କ ଘରେ ପଶି ତାଙ୍କୁ ବନ୍ଧୁକ ମୁନ ଦେଖାଇ ପ୍ରାୟ ୧୦ ଭରି ସୁନା ଅଳଙ୍କାର,୨୦ ହଜାର ଟଙ୍କା, ଏଟିଏମ୍‌ କାର୍ଡ ସମେତ ଅନ୍ୟାନ୍ୟ ବହୁମୂଲ୍ୟ ସାମଗ୍ରୀ ଲୁଟ୍ କରିଥିଲେ ଦୁର୍ବୃତ୍ତ।

ଏହାପରେ ଲୁଟିଥିବା ଏଟିଏମ୍ ସାହାଯ୍ୟରେ ଟଙ୍କା ଉଠାଇଥିଲେ। ଏଥିସହ ପଟିଆ ନିକଟରେ ଥିବା ଏକ ହୋମ୍‌ ଆପ୍ଲାଏନ୍ସ ଦୋକାନରେ ଲାପଟପ୍ ଏବଂ ମୋବାଇଲ କିଣିବାକୁ ଯାଇ ଧରାପଡ଼ିଥିଲେ ଏହି ଲୁଟେରା। ସପିଂ କରି ସାରିବା ପରେ ବିଲ୍‌ ପୈଠ ବେଳେ ଏହି ଲୁଟେରାମାନେ ଲୁଟ୍‌ କରିଥିବା ଏଟିଏମ୍‌ କାର୍ଡ ବ୍ୟବହାର କରିଥିଲେ। ତେବେ ଏଟିଏମ୍‌ ଟ୍ରାନ୍‌ଜାକ୍‌ସନ୍‌ ପାଇଁ ଆସିଥିବା ମେସେଜ୍‌କୁ ଟ୍ରାକ୍‌ କରି ସହିଦ ନଗର ପୁଲିସ୍‌ ଏହି ୨ ଲୁଟେରାଙ୍କ ନିକଟରେ ପହଞ୍ଚି ଯାଇଥିଲା।

ଆହୁରି ମଧ୍ୟ ପଢ଼ନ୍ତୁ: ରାଜଧାନୀରେ ଭିନ୍ନ ଢଙ୍ଗରେ ସିରିଜ୍‌ ଲୁଟ୍‌; ଲୁଟି ସାରିବା ପରେ ସେଲ୍‌ଫି ନେଲେ ଲୁଟେରା

You might also like