ପୋଲିସ ପଦକ ଘୋଷଣା : ଜାଣନ୍ତୁ କିଏ କିଏ ପାଇବେ ମେଡ଼ାଲ

ପୋଲିସ ପଦକ ଘୋଷଣା

ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା
ଓଡ଼ିଶାରୁ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ
ଅନ୍ୟ ୧୧ ପୋଲିସ କର୍ମଚାରୀଙ୍କୁ ମିଳିବ ଉଲ୍ଲେଖନୀୟ ସେବା ପଦକ
ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ
BSPA ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପଦକ
ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାର ପାଇବେ ପୋଲିସ ପଦକ
ASP ରବୀନ୍ଦ୍ର ଦାସ, ASP ଭବାନୀ ଶଙ୍କର ମିଶ୍ରଙ୍କୁ ପୋଲିସ ପଦକ
ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲଙ୍କୁ ପୋଲିସ ପଦକ
ASI ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇଙ୍କୁ ପୋଲିସ ପଦକ
ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ରଙ୍କୁ ପୋଲିସ ପଦକ
ସୁବେଦାର ହେମନ୍ତ ଛେତ୍ରି, ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗଙ୍କୁ ପୋଲିସ ପଦକ

ଭୁବନେଶ୍ୱର: ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ ପଦକ ଘୋଷଣା ହୋଇଛି। ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ ବୋଲି ଜଣାଯାଇଛି। ସେହିପରି ଅନ୍ୟ ୧୧ ପୋଲିସ କର୍ମଚାରୀଙ୍କୁ ମିଳିବ ଉଲ୍ଲେଖନୀୟ ସେବା ପଦକ। ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ। ସେହିପରି ବିଜୁପଟ୍ଟନାୟକ ଷ୍ଟେଟ୍ ପୋଲିସ୍ ଏକାଡେମୀର ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ମଧ୍ୟ ରାଷ୍ଟ୍ରପତି ପଦକ ମିଳିବ।

ଉଲ୍ଲେଖନୀୟ ସେବା ପାଇଁ ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାରଙ୍କୁ ମିଳିବ ପୋଲିସ ପଦକ। ସେହିପରି ASP ରବୀନ୍ଦ୍ର ଦାସ, ASP ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲଙ୍କୁ ପୋଲିସ ପଦକ ମିଳିବ ବୋଲି ସୂଚନା ମିଳିଛି। ଭିଜିଲାନ୍ସ ASI ମନୋରଂଜନ ଶତପଥୀ, ହାବିଲଦାର ସରୋଜ ଭୋଇ, ହାବିଲଦାର ସେକ୍ ନାଶିରୁଦ୍ଦିନ, କନଷ୍ଟେବଲ ଗୌତମ ପାତ୍ର, ସୁବେଦାର ହେମନ୍ତ ଛେତ୍ରି ଓ ଡେପୁଟୀ କମାଣ୍ଡାଣ୍ଟ ବୁଦ୍ଦା ତମାଙ୍ଗଙ୍କୁ ପୋଲିସ ପଦକ ମିଳିବ। ରାଷ୍ଟ୍ରପତି ପୋଲିସ ପଦକ ବିଜେତା ଓ ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ ପାଇବାକୁ ଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ପୋଲିସ ଡିଜି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

You might also like