• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

କଟକ: କଟକ କେଶପୁରରରେ ପୋଲିସ ଉପରକୁ କିଛି ଲୋକେ ଢେଲା ଓ ପଥରମାଡ଼ କରିଛନ୍ତି। ଏହାର ଜବାବରେ ପୋଲିସ୍ ଲାଠିଚାର୍ଜ କରିଥିଲାବେଳେ କିଛି ଲୋକଙ୍କୁ ଅଟକ ରଖାଯାଇଛି। ଆଜି ସଟ୍‌ଡାଉନ୍‌ର ଦ୍ୱିତୀୟ ତଥା ଅନ୍ତିମ ଦିନରେ ପୋଲିସ୍ ପାଟ୍ରୋଲିଂ କରୁଥିବାବେଳେ କେଶରପୁର ଅଞ୍ଚଳରେ କିଛି ଲୋକ ନିୟମ ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଥିଲା।

ତେବେ ପୋଲିସ୍ ପଦକ୍ଷେପ ନେବାରୁ ଉଲ୍ଲଘଂନକାରୀମାନେ ପୋଲିସ୍ ଉପରକୁ ଢେଲା ଓ ପଥରମାଡ଼ କରିଥିଲେ। ଏହାର ଜବାବରେ ପୋଲିସ ଲାଠିଚାର୍ଜ କରିଥିଲା। ଏମାନଙ୍କ ମଧ୍ୟରୁ ଅନେକ ପୋଲିସ୍ ହାତରେ ଧରାପଡି ଥାନାରେ ଅଟକ ଅଛନ୍ତି।

ପଥରମାଡ଼ରେ ମଙ୍ଗଳାବାଗ ପୋଲିସ୍ ଅଧିକାରୀ ସମେତ ଅନ୍ୟ କର୍ମଚାରୀମାନେ ଆହତ ହୋଇଥିବା ଜଣାପଡ଼ିଛି।ଘଟଣାସ୍ଥଳରେ କଟକ ଡିସିପି ପହଞ୍ଚିଛନ୍ତି। ଏହି ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଛି।

ଆଇନ୍ ଉଲ୍ଲଘଂନକାରୀମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଥିଲେ। ଅଟକ ଥିବା ଲୋକଙ୍କୁ ହସ୍ତଗତ ହୋଇଥିବା ଭିଡିଓ ସିସିଟିଭି ଫୁଟେଜ ଆଧାରରେ ଗିରଫ କରାଯିବ ଓ ଏଥିରେ ସମ୍ପୃକ୍ତି ନଥିବା ଲୋକଙ୍କୁ ଛାଡ଼ି ଦିଆଯିବ ବୋଲି କଟକ ଡିସିପି କହିଛନ୍ତି।

Police-lathicharge-lockdown-violators-in-cuttack
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories