• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଭାଇରାଲ ଅଡିଓ ମାମଲାରେ କ୍ୟାପିଟାଲ ଥାନାରେ ଓଟିଭିର ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲାର ତଦନ୍ତରେ ସହଯୋଗ କରିବାକୁ ଆଜି ସେ ହାଜର ହୋଇଥିଲେ। ଦିନ ୧୧ଟାରୁ ତାଙ୍କୁ  ଜେରା କରିଥିଲା କ୍ୟାପିଟାଲ ଥାନା ପୋଲିସ୍।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତଦନ୍ତରେ ସହଯୋଗ କରିବାକୁ ଓଡ଼ିଶା ରିପୋର୍ଟର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି ଗତ ୨ ଦିନ ହେଲା ଥାନାରେ ହାଜର ହୋଇଥିଲେ। ଦେବେନ୍ଦ୍ର ପୃଷ୍ଟିଙ୍କୁ ଗତ ୧୯ ତାରିଖରେ ୫ ଘଣ୍ଟା ଓ ଗତକାଲି ପୁଣି ୫ ଘଣ୍ଟା ଜେରା କରିଥିଲା ପୋଲିସ। ଗତ ୧୭ ତାରିଖରେ ହାଇକୋର୍ଟ ଅନ୍ତରୀଣ ସୁରକ୍ଷା ଦେଇ ତଦନ୍ତରେ ସହଯୋଗ କରିବାକୁ କହିଥିଲେ।

ପୂର୍ବରୁ ଏହି ଭାଇରାଲ୍ ଅଡ଼ିଓ ମାମଲାରେ କମିଶନରେଟ୍ ପୋଲିସ ଦୁଇ ଜଣଙ୍କ ମଧ୍ୟରେ ସାଧାରଣ କଥାବାର୍ତ୍ତାକୁ ନେଇ ଦୁଇ ନିରୀହ ଲୋକଙ୍କୁ ଗିରଫ କରିଥିଲା। ପରେ ସେମାନେ ଜାମିନ୍‌ରେ ଆସିଛନ୍ତି।

ଉକ୍ତ ଭାଇରାଲ୍ ଅଡିଓରେ କରୋନା ଚିକିତ୍ସା ଲାଗି କେନ୍ଦ୍ର ସରକାର ଜଣେ ରୋଗୀ ପିଛା ଦେଢ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କା ଦେଉଥିବା ବେଳେ ଉକ୍ତ ଅର୍ଥକୁ ବିଏମ୍ସି ଏବଂ ସମ୍, କିମ୍ସ, ହାଇଟେକ୍ ହସପିଟାଲ ଓ ସ୍ୱାସ୍ଥ୍ୟ ବିଭାଗ ହେରଫେର କରୁଥିବା ଦୁଇ ସାଧାରଣ ଲୋକଙ୍କ କଥାବାର୍ତ୍ତାକୁ ନେଇ ବିଏମସି ଆପତ୍ତି ଉଠାଇବା ସହ ଭୁବନେଶ୍ୱର ଡିସିପିଙ୍କ ନିକଟରେ ଅଭିଯୋଗ କରିଥିଲା।

Police-interrogate-the-editor-of-otv-digital
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories