ଗାଁ ଲୋକଙ୍କ ସହ ମିଶି ରାସ୍ତା ମରାମତି କଲେ ଥାନା ବାବୁ

ମାଲକାନଗିରି : ମାଓପ୍ରବଣ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ପୁଲିସ ବାବୁଙ୍କ ନିଆରା ପଦକ୍ଷେପ । ଯନ୍ତାପାଇ ଏବଂ ପାପେରମେଟଲା ଗାଁକୁ ଯୋଡୁଥିବା ଲାଉଗୁଡ଼ା ଅନ୍ତର୍ଗତ ଲୁହାରେ ତିଆରି ପୋଲ ସଂଲଗ୍ନ ରାସ୍ତାକୁ ପାପେରମେଟାଲା ଥାନା ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ମରାମତି କରିଛନ୍ତି।

୭ ରୁ ୮ଟି ଗାଁକୁ ସଂଯୋଗ କରୁଥିବା ଏହି ରାସ୍ତାଟି ଦୀର୍ଘ ଦିନ ଧରି ଖରାପ ଅବସ୍ଥାରେ ପଡ଼ି ରହିଥିଲା। ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁବିଧା ମିଳିନଥିଲା। ନାନା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଗତକାଲି ଇନଚାର୍ଜ ଲକ୍ଷ୍ମୀନାରାୟଣ ମୁଦୁଲି ଥାନାର କିଛି କର୍ମଚାରୀ ଓ ଗାଁ ଲୋକଙ୍କ ସହିତ ମିଶି ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ରାସ୍ତା ମରାମତି କରିବା ସହ ଶ୍ରମଦାନ କରିଛନ୍ତି। ପୁଲିସ ବାବୁଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ

ରାଜଧାନୀରେ ଠାବ ହେଲା ନକଲି ୱାଟର ବଟ୍‌ଲିଂ କାରଖାନା

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

You might also like