ଆଇନ୍‌ ଭାଙ୍ଗିଲେ ପୋଲିସ ବାବୁ, କଟକଣା ସତ୍ତ୍ୱେ ଶ୍ରୀମନ୍ଦିର ଭିତରକୁ ପଶିଲେ ପୂରା ପରିବାର

ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଜଣେ ପୋଲିସ ଅଧିକାରୀ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। କଟକଣା ଭାଙ୍ଗି ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିବା ସୂଚନା ମିଳିଛି।

ସେ ଦକ୍ଷିଣ ଦ୍ୱାର ଦେଇ ମନ୍ଦିରକୁ ପଶିଥିଲେ। ଏନେଇ ସିଂହଦ୍ୱାର ଥାନାରେ ଜଣେ ହାବିଲଦାରଙ୍କ ଏତଲାକ୍ରମେ ମାମଲା ରୁଜୁ ହୋଇଛି।

ଭକ୍ତଙ୍କ ପ୍ରବେଶ କଟକଣା ସତ୍ତ୍ୱେ ଦର୍ଶନ ଅଭିଯୋଗରେ ତାଙ୍କ ନାମରେ ମାମଲା ରୁଜୁ ହୋଇଛି। ପରିବାରର ୫ ଜଣ ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିବା ଜଣାପଡ଼ିଛି।

ଡ୍ୟୁଟିରେ ଥିବା ହାବିଲଦାରଙ୍କ କହିବା ଅନୁଯାୟୀ, ସେ ମନା କରିବା ସତ୍ତ୍ୱେ ଆଇଆଇସି ଜବରଦସ୍ତ ପ୍ରବେଶ କରିଥିଲେ। ସିଂହଦ୍ୱାର ଥାନାରେ ହାବିଲଦାରଙ୍କ ଏତଲା କ୍ରମେ ମାମଲା ରୁଜୁ ହୋଇଛି।

ସମ୍ପୃକ୍ତ ପୋଲିସ ଅଧିକାରୀ ଓ ତାଙ୍କ ପରିବାର ଲୋକଙ୍କୁ ସିଂହଦ୍ୱାର ଥାନା ପୋଲିସ ଅଟକ ରଖି ଘଟଣାର ଖୋଳତାଡ଼ କରୁଛି। ଏନେଇ ସିଂହଦ୍ୱାର ଆଇଆଇସି ପ୍ରତିକ୍ରିୟା ରଖିଥିବା ବେଳେ ସଂପୃକ୍ତ ବଡ଼ଚଣା ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like