ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ପୁଣି ବିପୁଳ ପରିମାଣର ଟଙ୍କା ସହ ବନ୍ଧୁକ ଓ ଗୁଳି ଜବତ

କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ କଟକ ଘରୁ ପୁଣି ବିପୁଳ ପରିମାଣର ଟଙ୍କା ସହ ବନ୍ଧୁକ ଓ ଗୁଳି ଜବତ ହୋଇଛି। ଆଜି ଚଢ଼ଉ ବେଳେ ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି। ଜେରା ବେଳେ ଡି ବ୍ରଦର୍ସ ଏନେଇ ମାନିଥିବା କହିଛନ୍ତି କଟକ ଡିସିପି ପ୍ରତୀକ ସିଂହ।

ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଏସବୁ ଲୁଚାଇ ରଖିଥିଲେ ଏହି ଅପରାଧୀ। କାଲି ପୁଣି ଥରେ ଦୁଇ ଭାଇଙ୍କୁ ଆଣି ଘର ଯାଞ୍ଚ କରାଯିବ ବୋଲି ଡିସିପି ସୂଚନା ଦେଇଛନ୍ତି। ବିଭିନ୍ନ ମାମଲାରେ ଗିରଫ ହୋଇ ବଡ଼ଭାଇ ସୁଶାନ୍ତ ଧଳସାମନ୍ତ ବଲାଙ୍ଗିର ଜେଲରେ ଓ ସାନ ଭାଇ ସୁଶିଲ ଧଳସାମନ୍ତ ବାଲେଶ୍ୱର ଜେଲ୍‌ରେ ଥିଲେ।

ତେବେ ଜେଲ୍‌ରେ ଥାଇ ଅପରାଧ ନେଟଓ୍ୱର୍କ ଚଲାଇବା ଅଭିଯୋଗ ଆସିବା ପରେ ଚଢ଼ାଉ କରିଥିଲା ପୋଲିସ। ପୂର୍ବରୁ ଗତ ୧୦ ତାରିଖରେ ଡି ବ୍ରଦର୍ସଙ୍କ ଘରେ ପୋଲିସ ଚଢ଼ଉ କରି ବହୁ ପିରମାଣର ଗୁଳି ଓ ବନ୍ଧୁକ ଜବତ କରିଥିଲା। ଏହା ପରେ ଗତକାଲି ଦୁହିଁଙ୍କୁ ଚୌଦ୍ୱାର ପୋଲିସ ରିମାଣ୍ଡରେ ନେଇ ଜେରା କରିଥିଲା। ଜେରା ପରେ ପୁଣି ତାଙ୍କ ଘରେ ଚଢ଼ାଉ କରାଯାଇଛି। ପୂର୍ବରୁ ଚଢ଼ାଉ ବେଳେ ଡି ବ୍ରଦର୍ସଙ୍କ ଘରୁ ୮ ବନ୍ଧୁକ ଓ ୧ହଜାରରୁ ଅଧିକ ରାଉଣ୍ଡ୍ ଗୁଳି ଏକ ସିକ୍ରେଟ ଚାମ୍ବରରୁ ମିଳିଥିଲା।

 

You might also like