’ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ’

ପାଳିତ ହେଲା ୮୬ ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବୁ କ୍ଷେତ୍ରରେ ଆଗୁଆ । ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିଛି ଓଡ଼ିଶା ପୋଲିସ । ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ପୋଲିସର ପ୍ରୟାସ ପ୍ରଶଂସନୀୟ । ଓଡ଼ିଶା ପୋଲିସର ୮୬ ତମ ପ୍ରତିଷ୍ଠା ଦିବସରେ ଏପରି କହିଛନ୍ତି ପୋଲିସ ଡିଜି ଅଭୟ । ପ୍ରତିଷ୍ଠା ଦିବସ ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିଥିଲେ ପୋଲିସ ଡିଜି ।

ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସହିଦ ପୋଲିସ କର୍ମଚାରୀ ଓ ପ୍ରାଣବଳି ଦେଇଥିବା କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ପୋଲିସର ସଫଳତା ବଖାଣିଛନ୍ତି ଡିଜିପି । ନିଖୋଜ ଶିଶୁଙ୍କ ଉଦ୍ଧାର କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ପାଇଛି । ରାଜ୍ୟରେ ନାରୀ ଓ ଶିଶୁ ନିର୍ଯାତନା ରୋକିବା କ୍ଷେତ୍ରରେ ପୋଲିସ କାମ କରୁଛି ।

ଆଇନଶୃଙ୍ଖଳା ନିୟନ୍ତ୍ରଣ ଓ ନକ୍ସଲ ଦମନରେ ଆମକୁ ବହୁ ସଫଳତା ମିଳିଥିବା କହିଛନ୍ତି ଡିଜିପି। ବିଗତ ୨ ବର୍ଷ ମଧ୍ୟରେ ସ୍ୱାଭିମାନ ଅଞ୍ଚଳରେ ପୋଲିସ ବହୁ ସଫଳ ହୋଇଛି । ରାଜ୍ୟରେ ବହୁ ନୂତନ ଥାନା, ଫାଣ୍ଡି ପ୍ରତିଷ୍ଠା ହୋଇଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆସିଛି । ଓଡ଼ିଶା ପୋଲିସ ସମସ୍ତ କ୍ଷେତ୍ରରେ ସଫଳତା ପାଇଛି ।  ଆଗକୁ ମଧ୍ୟ ସଫଳ ରହିବ ବୋଲି କହିଛନ୍ତି ଡିଜିପି ।

ସେହିପରି ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ପୋଲିସ କମିଶନର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।  ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପୋଲିସର ଲକ୍ଷ୍ୟ ରହିବ ବୋଲି କହିଛନ୍ତି ପୋଲିସ କମିଶନର ।

ପଢନ୍ତୁ : ଆଜି ଉତ୍କଳ ଦିବସ; ସାରା ରାଜ୍ୟରେ ଉତ୍ସବର ମାହୋଲ

You might also like