• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

କଟକ: ଡନ୍ ଧଳସାମନ୍ତ ବ୍ରଦର୍ସଙ୍କ ଘରେ ପୋଲିସ୍ ରେଡ୍ କରିଛି।  ଚଢ଼ାଉ ବେଳେ ତାଙ୍କ ଘରୁ ବିପୁଳ ପରିମାଣର ଗୁଳି ଓ ବନ୍ଧୁକ ମିଳିଛି। ଡି ବ୍ରଦର୍ସ ଜେଲରେ ଥାଇ ବି ଗୁଳିଗୋଳା ବ୍ୟବସାୟ କରୁଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ କମିଶନରେଟ୍ ପୋଲିସ ତାଙ୍କ ସିଡିଏ ଘରେ ଅତର୍କିତ ଚଢାଉ କରିଥିଲା ।

ଚଢାଉ ବେଳେ ୫୦୦ ରାଉଣ୍ଡ ଗୁଳି ଓ ୭ଟି ବନ୍ଧୁକ ଜବତ କରିଛି । ଘରର ଇଣ୍ଟରିୟର ଡିଜାଇନିଂରେ ଗୋଟିଏ ସିଲ୍ ବାକ୍ସ ଭିତରୁ ଏହି ସବୁ ଗୁଳି ଓ ବନ୍ଧୁକ ମିଳିଛି । ଏ ଘଟଣାରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଘରକୁ ପୋଲିସ ନିଜ କବଜାକୁ ନେଇଛି ।

ଧଳ ସାମନ୍ତ ଘରେ ରେଡ୍ ବେଳେ କଟକ ଡିସିପି, ଜଣେ ଅତିରିକ୍ତ ଡିସିପି ଏବଂ ୫ ଜଣ ଆଇଆଇସି ସାମିଲ ହୋଇଥିଲେ । ତେବେ ଧଳସାମନ୍ତ ଘରୁ ଏତେ ପରିମାଣର ଗୁଳି, ବନ୍ଧୁକ କେଉଁଠୁ ଆସିଲା ? ସେ ଦିଗକୁ ନେଇ ତଦନ୍ତ ହେଉଛି। ଆବଶ୍ୟକ ପଡ଼ିଲେ ଡି ବ୍ରଦର୍ସଙ୍କୁ ଜେଲରୁ ରିମାଣ୍ଡରେ ଆଣି ପୋଲିସ ପଚରା ଉଚରା କରିପାରେ।

Police-found-gun-and-bullet-from-dhalasamant-house
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories