ବିନା କାରଣରେ ବାହାରେ ବୁଲୁଥିଲେ, ଫାଇନ୍ ଆଦାୟ କଲା ପୋଲିସ୍

ଭୁବନେଶ୍ୱର: କରୋନା ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକଡାଉନର ଆଜି ଥିଲା ଦ୍ୱିତୀୟ ଦିନ। ୫ ଜିଲ୍ଲା, ୮ ସହର ସମେତ ଜିଲ୍ଲା ସ୍ତରରେ ଆଉ କିଛି ସହରରେ କଡ଼ା କଟକଣା ଲାଗିଥିଲା। ହେଲେ କିଛି ସ୍ଥାନରେ ଢିଲା ମାରିଦେଲେ ଜନତା। ଯାହାର ଅତି ଆବଶ୍ୟକ ସିଏ ବାହାରିଲେ। ବିନା କାରଣରେ ନାନା ଆଳ ଦେଖାଇ କିଛି ଲୋକେ ରାସ୍ତାକୁ ବାହାରିଲେ। ଫଳରେ ରାସ୍ତା ଓ ବଜାର ଯୋଉ ଭିଡ଼କୁ ସେଇ ଭିଡ଼।

ଯାହାକୁ ନେଇ ପୋଲିସକୁ ବି ନାକେଦମ୍ ହେବାକୁ ପଡ଼ିଥିଲା। ଆଉ ଶେଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ବାଧ୍ୟ ହୋଇଥିଲା। ବିନା କାରଣରେ ବାହାରେ ବୁଲୁଥିବା ୧୧ ଜଣ ଗାଡ଼ି ଚାଳକଙ୍କୁ ଠାରୁ ୬୭ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି।

ସେହିପରି କଟକରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିବାରୁ ବିନା ପାସରେ ଅଯଥାରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି କମିଶନରେଟ୍ ପୋଲିସ୍।

ଭଦ୍ରକରେ ଲକଡାଉନ କଟକଣା ଭାଙ୍ଗିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ପ୍ରକାଶଥାଉକି ବାହାରକୁ ଯିବା କାରଣ ଦର୍ଶାଇବା ସହିତ ପୋଲିସ ପକ୍ଷରୁ ପାସ୍ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲିଠୁ ୧୪ ଜିଲ୍ଲାକୁ ଲକଡାଉନ୍ ସମ୍ପ୍ରସାରଣ କରାଯାଇଛି।

You might also like