ଗୋଲଡେନ୍ ବାବାକୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲ୍ୟୁ ଗୋଲଡେନ୍ ବାବାକୁ ଜେରା କରିବ। ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କ ବିରୋଧରେ ତଦନ୍ତ ପାଇଁ କମିଶନରେଟ ପୁଲିସ୍‌ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁକୁ ଚିଠି ଲେଖିଛି। କମିଶନରେଟ ପୁଲିସ୍‌ର ଚିଠି ପରେ ଏହି ମାମଲାରେ ସମସ୍ତ ଆର୍ଥିକ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ।

୧୨ କୋଟି ଟଙ୍କାର ଚେକ୍ ଜାଲିଆତି ଅଭିଯୋଗରେ ଗୋଲଡେନ୍ ବାବାକୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପୁଲିସ୍‌ ଗିରଫ କରିଛି।ଜ୍ୟୋତିରଞ୍ଜନ ବେଉରା ନାମକ ଏହି ବ୍ୟକ୍ତି ସବୁବେଳେ ଭରି ଭରି ସୁନା ଅଳଙ୍କାର ପିନ୍ଧୁଥିବାରୁ ତାଙ୍କୁ ସମସ୍ତେ ଗୋଲଡେନ୍‌ ବାବା ବୋଲି କହିଥାନ୍ତି।

You might also like