ନିୟମକୁ ବେଖାତିର, ୪୦୪ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: କରୋନାକୁ ନେଇ ଆଜିବି ଅନେକ ଲୋକ ଲକଡାଉନ ନିୟମକୁ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୪୦୪ଟି ମାମଲା ରୁଜୁ ହୋଇଛି। ଲକ୍ ଡାଉନ ଉଲ୍ଲଂଘନରେ ୩୮୦, ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି ୧୦ଟି ଏବଂ କୋଭିଡ୍-୧୯ ନିୟମ ଉଲ୍ଲଂଘନରେ ୧୪ଟି ମାମଲା ରୁଜୁ ହୋଇଥିବା ବାଗଚୀ ସୂଚନା ଦେଇଛନ୍ତି।

ପ୍ରକାଶଥାଉକି, ଅନେକ ସ୍ଥାନରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉଛି। କେଉଁଠି ଲାଠି ଚାର୍ଜ ତ କେଉଁଠି ଉଠବସ୍ କରାଉଛି ପୋଲିସ୍। ଲକଡାଉନ୍ ସମୟରେ ବିନା କାରଣରେ ବାହାରକୁ ନଆସିବାକୁ କୁହାଯାଇଛି।

You might also like