ଝିଅର ବୟସକୁ ନେଇ ଦିନରେ ଲଣ୍ଠନ ଦେଖାଇଥିଲା ପୋଲିସ୍ !

ଭୁବନେଶ୍ୱର: ନାବାଳିକାକୁ ସାବାଳିକା ଦର୍ଶାଇ ଜଣେ ୮ ବର୍ଷର ଝିଅ ବିରୋଧରେ ୧୦୭ ଦଫା ଲଗାଇଲା ପୋଲିସ। ଏକ ଜମିବାଡି ବିବାଦ ମାମଲାରେ ନାବାଳିକାଙ୍କୁ ୧୯ ବର୍ଷିୟା ଦର୍ଶାଇ କମିଶନରେଟ୍ ପୋଲିସର ବନମାଳୀପୁର ଫାଣ୍ଡି ୧୦୭ ଦଫାରେ ମାମଲା ରୁଜୁ କରିଛି। ଏଭଳି ଭୁଲ୍ କରି ତଦନ୍ତକୁ ବିଭ୍ରାନ୍ତି କରିଥିବା ଜଣାପଡ଼ିବା ପରେ ଡିସିପିଙ୍କ କୋର୍ଟ ଏହାକୁ ଗୁରୁତ୍ୱର ସହ ନେଇ ବନମାଳିପୁର ଫାଣ୍ଡି ଅଧିକାରୀଙ୍କୁ ତାଗିଦ କରିଛନ୍ତି।

ଏକ ଜମିବାଡି ବିବାଦରେ କୋର୍ଟ ପକ୍ଷରୁ ଯାଇଥିବା ନୋଟିସ ମୁତାବକ ପରିବାର ଡିସିପିଙ୍କ କୋର୍ଟରେ ଆଜି ପହଞ୍ଚିଥିଲେ। ବନମାଳିପୁର ଫାଣ୍ଡି ଅନ୍ତର୍ଗତ ଏକ ଜାଗାକୁ ନେଇ ପଡୋଶୀଙ୍କ ସହ ବିବାଦ ରହିଥିଲା। ପଡୋଶୀଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି ନାବାଳିକା ସମେତ ତାଙ୍କ ବାପା, ମା ଆଉ ତାଙ୍କ ସାନବାପାଙ୍କ ବିରୋଧରେ ୧୦୭ ଦଫା ଲଗାଇଥିଲେ। ମାତ୍ର ନାବାଳିକାକୁ ଦେଖି କୋର୍ଟ ତାଜୁବ ହୋଇଯାଇଥିଲେ। ଜନ୍ମ ସାର୍ଟିିଫିକେଟ ଯାଞ୍ଚ ପରେ ସେ ନାବାଳିକା ଥିବା ସ୍ପଷ୍ଟ ଜଣାପଡିଥିଲା।

ପରେ ନିଜେ କୋର୍ଟ ଫାଣ୍ଡିବାବୁଙ୍କୁ ଏନେଇ ପଚାରିବା ସହ ନାବାଳିକାଙ୍କ ବିରୋଧରେ ୧୦୭ ଦଫାକୁ ଡିସିପିଙ୍କ କୋର୍ଟ ଉଠାଇଦେଇଥିଲେ। ସେପଟେ ଏହି ଘଟଣା ଡିସିପିଙ୍କ ନିକଟରେ ପହଞ୍ଚିବାପରେ ସେ ଏହାକୁ ଗୁରୁତର ସହ ନେଇ ଫାଣ୍ଡି ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି କୈଫତ୍ ମାଗିଛନ୍ତି।

ଏପରି କଥା କିଛି ନୂଆ ନୁହେଁ। ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇଥିଲା SIT। ଅଭିଯୁକ୍ତକୁ ସାବାଳକ ଦର୍ଶାଇ କୋର୍ଟ ଚାଲାଣ କରିଥିଲା SIT। ତେବେ କୋର୍ଟରେ ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ଓକିଲ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ବୋଲି କୋର୍ଟ ଦର୍ଶାଇଥିଲେ। ଏପରିକି ଅଭିଯୁକ୍ତ ନାବାଳକ ହୋଇଥିବାରୁ SITର ନାର୍କୋ ଆନାଲିସିସ୍ ଟେଷ୍ଟ ଅପିଲ ଖାରଜ କରିଥିଲେ କୋର୍ଟ। ପରେ ନାର୍କୋ ଟେଷ୍ଟ ଅପିଲକୁ ଜୁଭେନାଇଲ ଜଷ୍ଟିସ ବୋର୍ଡକୁ ପଠାଇ ଦେଇଥିଲେ। ଏହାକୁ ତଦନ୍ତକାରୀ ସଂସ୍ଥା ଉପରେ ଅନେକ ପ୍ରଶ୍ନ ଆସିଥିଲା।

 

ଆହୁରି ପଢନ୍ତୁ ରାତି ଅଧରେ ଘରେ ପଶି ଯୁବକଙ୍କୁ ମାଡ଼ ମାରିଲେ ପୋଲିସ୍‌ ବାବୁ

You might also like