• translate
Odishatv Bureau

କେନ୍ଦୁଝର : କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ-ଶ୍ରମିକ ଧସ୍ତାଧସ୍ତି ହୋଇଛନ୍ତି। ଯୋଡ଼ା ଖଣିଅଞ୍ଚଳ ତ୍ରିବେଣୀ ଓ MTLL କମ୍ପାନୀରୁ ଛଟେଇ ଶ୍ରମିକମାନେ ଆଜି ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ଆସିଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ।

ଖଣି କମ୍ପାନୀ ଶତାଧିକ ଶ୍ରମିକଙ୍କୁ ବେଆଇନ ଭାବେ ଛଟେଇ କରିଥିବା ଅଭିଯୋଗ ନେଇ ଶ୍ରମିକ ମାନେ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।  ତେବେ ଏହି ସମୟରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟିହୋଇଥିବା ଜଣାପଡ଼ିଛି। ତେବେ ଏନେଇ ସମ୍ପୃକ୍ତ ଖଣି କମ୍ପାନୀ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।

Other Stories