ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା ପରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଲୁଟେରାଙ୍କ ଆତଙ୍କ ବଢ଼ିବାରେ ଲାଗିଛି। କିଏ ବନ୍ଧୁକ ଦେଖାଇ ଲୁଟ୍‌ କଲାଣି ତ ଆଉ କିଏ ଘରେ ପଶି ଆଉ କିଏ ଚଳନ୍ତା ବାଇକ୍‌ରୁ ଲୋକଙ୍କଠୁ ମୋବାଇଲ୍‌ ହେଉ କି ଚେନ୍‌ ଲୁଟ୍‌ କରୁଥିବା ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଘଟଣା ଘଟିଥିଲା କୋଭିଡ ମହାମାରୀ ସମୟରେ।

ଭୁବନେଶ୍ୱର ନୟାପଲ୍ଲୀର ତୁଳସୀ ଦେଈ ନାମକ ଜଣେ ମହିଳା ଘରେ ଏକାକୀ ଥିବା ବେଳେ ଦୁର୍ବୃତ୍ତମାନେ ଘର ଭିତରେ ପଶି ଲୁଟ୍ ଉଦ୍ୟମ କରିଥିଲେ। ଲୁଟ୍‌ପାଟ୍‌ ବେଳେ ଦୁର୍ବୃତ୍ତମାନେ ମହିଳାଙ୍କୁ ମାଡ଼ ମାରିବା ସହ ତାଙ୍କର କାନ କାଟି ଦେଇଥିଲେ। ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତୁଳସୀ ଦେଈଙ୍କ ମୃତ୍ୟୁ ହୋଇଥିଲା।

ତୁଳସୀ ଦେଈଙ୍କୁ ହତ୍ୟା ପରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ୍‌ ୨ଜଣଙ୍କୁ ଧରିଥିବା ସୂଚନା ମିଳିଛି। ଘଟଣାରେ ଜଣଙ୍କୁ ଧରିବା ପରେ ଆଉ ଜଣଙ୍କର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।

ଏହି ଘଟଣାରେ ପ୍ରଥମେ ସାଗର ପ୍ରଧାନ ଜଣେ ବ୍ୟକ୍ତି ଧରାପଡ଼ିବା ପରେ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ସାଗରର କହିବା ଅନୁସାରେ, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ନାରାୟଣ ମହାନ୍ତି। ସେ ପୂର୍ବରୁ ଏକ ଛିନତାଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛି। ତେବେ ପୋଲିସ୍‌ ନାରାୟଣକୁ ଜେଲ୍‌ରୁ ଆଣି ପଚରାଉଚରା କରିବ ବୋଲି ସୂଚନା ମିଳିଛି। 

You might also like