ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କଲା ପୁଲିସ; ମହନ୍ତଙ୍କୁ ନେଇଗଲେ ଉପଜିଲ୍ଲାପାଳ

ପୁରୀ: ବିରୋଧ ଯୋଗୁ ସକାଳେ ଫେରିଯାଇଥିବା ପ୍ରଶାସନ ପୁଣି ଅପରାହ୍ନରେ ଆସି ହାଜର। ପୁରୀର ବଡ଼ ଆଖଡ଼ା ମଠକୁ ଉଚ୍ଛେଦ ପାଇଁ କର୍ଡନ କରିଛି ପୁଲିସ। ସେହିପରି ମଠ ନିକଟରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ବୁଲଡ୍ରୋଜର ମଧ୍ୟ ପହଞ୍ଚିଛି। ଅନ୍ୟପଟେ ବଡ଼ ଆଖଡ଼ା ମଠ ମହନ୍ତଙ୍କୁ ଉପଜିଲ୍ଲାପାଳ ସାଥିରେ ନେଇଯାଇଥିବା ଜଣାପଡ଼ିଛି। ମଠ ଭାଙ୍ଗିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି।

ସେପଟେ ମଠର ଛାତ ଉପରେ ଏବଂ ମଠ  ଭିତରେ ବହୁ ସଂଖ୍ୟାରେ ସାଧୁ ସନ୍ଥ ରହିଥିବା ଜଣାପଡ଼ିଛି। ପରିସ୍ଥିତି ଉତ୍ତେଜନାମୂଳକ ଥିବାରୁ ଆଲୋଚନା ପାଇଁ ମଠ ମହନ୍ତଙ୍କୁ ଉପଜିଲ୍ଲପାଳ ସାଥିରେ ନେଇଛନ୍ତି । ଆଜି ସକାଳେ ମଠ ଭଙ୍ଗାଯିବା ନିଷ୍ପତ୍ତିକୁ ପ୍ରବଳ ବିରୋଧ ହୋଇଥିଲା। ଏହାପରେ ଉଚ୍ଛେଦ ପ୍ରକ୍ରିୟାକୁ ଜିଲ୍ଲା ପ୍ରଶାସନ ବନ୍ଦ ରଖିଥିଲା।

ରାଜ୍ୟ ଓ ରାଜ୍ୟ ବାହାରରୁ ବହୁତ ସଂଖ୍ୟାରେ ସାଧୁ ଏକାଠି ହୋଇ ପ୍ରକ୍ରିୟାକୁ ବିରୋଧ କରିଥିଲେ। ମଠ ଭାଙ୍ଗିବା ଲାଗି ସହମତି ଦେବାକୁ ପ୍ରଶାସନ ଚାପ ପକାଉଥିବା ଅଭିଯୋଗ କରିଥିଲେ ମହନ୍ତ ଓ ସାଧୁସନ୍ଥ । ବଡ଼ ଆଖଡ଼ା ମଠ ବିପଦ ସଂକୁଳ ବୋଲି ଦସ୍ତାବିଜରେ ଦସ୍ତଖତ କରିବାକୁ ପ୍ରଶାସନ ବାଧ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ସାଧୁସନ୍ଥଙ୍କ ବିରୋଧ ଯୋଗୁ ସକାଳେ ସଜବାଜ ହୋଇ ଆସିଥିବା ପ୍ରଶାସନ ମଠକୁ ଭାଙ୍ଗି ପାରି ନଥିଲା।

ଆହୁରି ପଢ଼ନ୍ତୁ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୱାର୍ଣ୍ଣିଂ

ସ୍ୱାଭିମାନ ଅଞ୍ଚଳରେ ମୁଣ୍ଡ ଗଡ଼ାଇଲେ ମାଓବାଦୀ

ଭୁବନେଶ୍ୱରରେ ପହଞ୍ଚିଲେ ଚେଲା କୁମାର; ଜୋରଦାର ହେବ ପ୍ରଚାର

ଅପରାଧୀଙ୍କ ଚରାଭୂଇଁ ପାଲଟୁଛି କି ରାଜଧାନୀ?

ଚଳୁ କରିଦେଲେ ଲକ୍ଷାଧିକ ସବ୍‌ସିଡି ଟଙ୍କା

ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୫୨୧୯୭ରେ ପହଞ୍ଚିଲା

ରୋଗୀଣା ପତ୍ନିକୁ ଟ୍ରଲିରେ ବୋହି ଏସ୍‌ସିବି ନେବା ମାମଲାରେ ରିପୋର୍ଟ ମାଗିଲେ ରାଜ୍ୟ ମାନବାଧିକାର କମିଶନ

ଉପନିର୍ବାଚନ ମୈଦାନ୍‌ରେ କ୍ୟାମ୍ପେନ୍ ଆରମ୍ଭ କଲେଣି ହେବିୱେଟ୍ ନେତା, ମୁଖ୍ୟମନ୍ତ୍ରୀ କେବେ ?

ମରଣଯନ୍ତା ପାଲଟିଛି ମଙ୍ଗୁଳି ଛକ

ନକଲି ଟଙ୍କା ଦେଇ ଗାଡ଼ି କିଣିବା ବେଳେ ଧରିଲା ପୋଲିସ୍

ଜିଲ୍ଲାପାଳ ଅଫିସ୍ ଆସୁଥିଲେ, ଅଧାବାଟରୁ ଉଠାଇନେଲା ପୋଲିସ

ଦୁର୍ଘଟଣାର ଦିନ: ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ୫ ଜୀବନ, ୨୦ ଆହତ

You might also like