ଅଭିଯୁକ୍ତ କନଷ୍ଟେବଲ ଛୁକେଶ ମେହେର ସସ୍‌ପେଣ୍ଡ

ଶ୍ରୀମନ୍ଦିର ଭିତରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ଘଟଣା

ପୁରୀ : ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ କରି ପୁଲିସ କର୍ମଚାରୀ ନିଲମ୍ବିତ। ସିସିଟିଭି ଫୁଟେଜ୍ ଯାଞ୍ଚ୍ ପରେ ଅଭିଯୁକ୍ତ ଛୁକେଶ ମେହରକୁ ନିଲମ୍ବନ କରାଯାଇଛି।

କଳାହାଣ୍ଡିସ୍ଥିତ IRB ନବମ ବାଟାଲିୟନରେ କାର୍ଯ୍ୟରତ ଛୁକେଶ ପୁରୀ ଶ୍ରୀମନ୍ଦିରେ ଡ୍ୟୁଟି କରୁଥିଲେ। ଆଜି ବାହାରକାଠ ନିକଟରେ ଜଣେ ନାବାଳିକା ଠାକୁର ଦର୍ଶନ କରୁଥିବା ବେଳେ ତାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ପୁରୀ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା।

ଯାଜପୁର ଅଞ୍ଚଳର ନାବାଳିକା ବାପା-ମା’ଙ୍କ ସହ ଜଗନ୍ନାଥ ଦର୍ଶନ ଲାଗି ପୁରୀ ଆସିଥିଲେ। ପରିବାର ଲୋକେ ନାଟମଣ୍ଡପ ଦେଇ ବାହାର କାଠ ନିକଟରେ ଦର୍ଶନ କରୁଥିବା ବେଳେ ତାଙ୍କୁ ପୁଲିସ କର୍ମଚାରୀ ଜଣକ ଅସଦାଚରଣ କରିଥିବା ସେ କୋହଭରା କଣ୍ଠରେ କହିଥିଲେ।

You might also like