ରାଜଧାନୀରେ ପୁଲିସ୍-ଛାତ୍ର କଂଗ୍ରେସ ମୁହାଁମୁହିଁ
ଭୁବନେଶ୍ୱର: ଭୁବନେଶ୍ୱର ରାଜମହଲ ଛକରେ ପୁଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ନବୀନ ନିବାସ ଘେରାଉ ପାଇଁ ଯିବାବେଳେ ପୋଲିସ ଅଟକାଇବାରୁ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ସମୟରେ କିଛି ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। DMET ଓ DMRT ଛାତ୍ରଙ୍କୁ ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ ପାଇଁ ଯୋଜନା କରାଯାଇଥିଲା।
ତେବେ ଏକାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୁଲିସ୍ ଅଟକ ରଖିଛି। ତେବେ ଦାବି ପୂରଣ କ୍ଷେତ୍ରରେ ଯଦି କୌଣସି ପଦକ୍ଷେପ ନିଆନଯାଏ, ତାହେଲେ ଆସନ୍ତା ୭ ଦିନ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ହେବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।