‘ଅଶ୍ଳୀଳ ନୃତ୍ୟ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ’

ଯାତ୍ରା ମାଲିକମାନଙ୍କୁ ପୁଲିସ୍‌ କମିଶନରଙ୍କ ତାଗିଦ୍

ଭୁବନେଶ୍ୱର : ଖଣ୍ଡଗିରି ମେଳା ଅବସରରରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଅଭିଯୋଗ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍‌ ପୁଲିସ୍‌। ଅଶ୍ଳୀଳ ନୃତ୍ୟ ପରିବେଷଣ ନ କରିବାକୁ ଯାତ୍ରା ମାଲିକଙ୍କୁ ପୁଲିସ୍‌ କମିଶନର ତାଗିଦ୍ କରିଛନ୍ତି। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଆସନ୍ତା ବର୍ଷରୁ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ପୁଲିସ୍‌ କମିଶନର୍ ସତ୍ୟଜିତ ମହାନ୍ତି କହିଛନ୍ତି। ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନ କରାଯାଇଥିବା ଅଭିଯୋଗ କରି କଳିଙ୍ଗ ସେନା ଅନେକ ପୋଷ୍ଟର ଚିରିଛି।

ଆହୁରି ପଢ଼ନ୍ତୁ

You might also like