ଲୋକଙ୍କ ମନରେ ପୁଲିସ୍‌ ସଂପର୍କରେ ଭଲ ଧାରଣା ସୃଷ୍ଟି କରିବାକୁ ପ୍ରୟାସ

ଭୁବନେଶ୍ୱର: ସ୍କୁଲ ପିଲାମାନଙ୍କୁ ପୁଲିସ୍‌ ବିଷୟରେ ଅବଗତ କରାଇବା ପାଇଁ କମିଶନରେଟ ପୁଲିସ୍‌ ଏକ ଅଭିବନ ପଦକ୍ଷେପ ନେଇଛି। ଏଥିପାଇଁ ଆରମ୍ଭ କରାଯାଇଛି KNOW YOUR POLICE କାର୍ଯ୍ୟକ୍ରମ। ଅର୍ଥାତ୍ ଆପଣଙ୍କ ପୁଲିସ୍‌କୁ ଜାଣନ୍ତୁ।

ରାଜଧାନୀର କ୍ୟାପିଟାଲ ଥାନା ଓ ନନ୍ଦନକାନନ ଥାନାରେ ଏହି କାର୍ଯ୍ୟକ୍ରମକୁ ପୁଲିସ୍‌ କମିଶନର ସତ୍ୟଜିତ୍‌ ମହାନ୍ତି ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଥାନାକୁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନିଆଯାଇ ପୁଲିସ୍‌ର କାମ କ’ଣ, କେମିତି କାମ କରାଯାଏ ଇତ୍ୟାଦି ସଂପର୍କରେ ବୁଝାଯାଇଛି। ଏହା ଦ୍ୱାରା ପୁଲିସ୍‌ ପ୍ରତି ପିଲାଙ୍କ ମନରେ ଥିବା ଭୟ ଓ ଭୁଲ ଧାରଣା ଦୂର କରାଯାଇ ପାରିବ ବୋଲି ପୁଲିସ୍‌ ଆଶା ରଖିଛି।

You might also like