ରୋଡ଼ ରୋମିଓଙ୍କୁ ପିଟିଲେ, ପୁରସ୍କାର ପାଇଲେ

ଭୁବନେଶ୍ୱର : ରୋଡ଼ରୋମିଓଙ୍କୁ ଉତ୍ତମ ମଧ୍ୟମ ଦେଇ ଚର୍ଚ୍ଚାକୁ ଆସିଥିବା ଯୁବତୀ ବେବିନା ମହାନ୍ତିଙ୍କୁ ଆଜି କମିଶନେରେଟ୍‌ ପୁଲିସ ପକ୍ଷରୁ ସମ୍ମାନିତ କରାଯାଇଛି। ଦୁଇ ପୁଅଙ୍କ ସାଙ୍ଗେ ଲଢ଼ି ସାହସିକତା ଦେଖାଇଥିବାରୁ ପୁଲିସ କମିଶନର ଡ.ସୁଧାଂଶୁ ଷଡ଼ଙ୍ଗୀ ତାଙ୍କୁ ସାବାସି ଜଣାଇଛନ୍ତି। ଏହି ଅବସରରରେ ବେବିନା କହିଛନ୍ତି ଯେ, ଝିଅମାନେ ନିଜର ଆତ୍ମବିଶ୍ୱାସ ବଢ଼ାନ୍ତୁ। ଅନ ଦି ସ୍ପଟ୍‌ରେ ଝିଅମାନେ ମଧ୍ୟ ଲଢ଼ିପାରିବେ। ଯେତେ ରୋଡ଼ ରୋମିଓ ସାବାଡ଼ ହୋଇଯିବେ ବୋଲି ସେ କହିଛନ୍ତି। ପୁଲିସ କମିଶନର ଡ.ସୁଧାଂଶୁ କହିଛନ୍ତି ଯେ, ଆମେ ଆଗକୁ ବି ଏମିତି ସାହସିକତା ପ୍ରଦର୍ଶନ କରିପାରୁଥିବା ଝିଅଙ୍କୁ ସମ୍ମାନିତ କରିବୁ।

ସୂଚନା ଅନୁଯାୟୀ ଗତକାଲି , ଜିଜିପି କଲୋନୀ ଅଞ୍ଚଳରେ ବେବିନାଙ୍କୁ  ଦୁଇ ଜଣ ଯୁବକ ପିଛା କରି ଅଶ୍ଳୀଳ କମେଣ୍ଟ କରିଥିଲେ। ଏନେଇ ଯୁବତୀ ଜଣକ ପ୍ରତିବାଦ ଜଣାଇବା ସହ ଯୁବକଙ୍କୁ କଡ଼ା ଜବାବ ଦେଇଥିଲେ। ସର୍ବ ସମ୍ମୁଖରେ ଉଠବସ୍ କରାଇବା ସହ ଯୁବକମାନଙ୍କୁ ମାଡ଼ ମାରି ଉଚିତ୍‌ ଶିକ୍ଷା ଦେଇଥିଲେ। ଏନେଇ ଯୁବତୀ ଜଣକ କହିଛନ୍ତି,“ ଗତକାଲି ଅପରାହ୍ଣ  ପ୍ରାୟ ତିନିଟା ବେଳେ ମୁଁ ବମିଖାଲ କେନାଲ ଅଞ୍ଚଳକୁ ଯାଉଥିଲି। ହେଲେ ମୁଁ ଯେତେବେଳେ ଘର ବାହାରିଲି ଦୁଇ ଜଣ ଯୁବକ ଜିଜିପି କୋଲନୀରୁ ଆସି ମୋତେ ପିଛା କରିଥିଲେ। ସେମାନେ ମୋ ନିକଟତର ହେବାକୁ ଚେଷ୍ଟା କରୁଥିଲେ। ତେବେ ଫାଙ୍କା ରାସ୍ତା ଦେଖି ମୋତେ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ।

ଏହାପରେ ମୁଁ ସେମାନଙ୍କୁ ଗାଡ଼ିରେ ଗୋଡ଼ାଇଲି।  ତା’ସହ ମାଡ଼ ମାରିଲି ଓ ଉଠବସ୍‌ କରିବା ସହ ସେମାନଙ୍କୁ ଉଚିତ ଶିକ୍ଷା ଦେଇଛି।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କରୋନା ସ୍ଥିତି: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୯୨୨ ପଜିଟିଭ୍‌

ଅକ୍ଟୋବରରୁ ଓଡ଼ିଶାର ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲିବାକୁ ଯୋଜନା

ସମ୍ପର୍କୀୟଙ୍କ ସହ ମିଶି ପତ୍ନୀଙ୍କୁ ମାଡ଼ ମାରିଲେ ଡେପୁଟି କଲେକ୍ଟର

JEE Advanced 2020: କୋଭିଡ୍‌ ଗାଇଡ୍‌ଲାଇନ୍ସ ପାଳନ କରି ହେବ ପରୀକ୍ଷା

ଗ୍ୟାସ ସିଲିଣ୍ଡର ସଜାଡ଼ୁଥିବା ବେଳେ ହଠାତ୍ ଲାଗିଲା ନିଆଁ; ୬ ଗୁରୁତର

ବିଧାନସଭା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିଜେପିର ରଣନୀତି

You might also like