ବିଦ୍ୟୁତ ତାର ବିଛାଇ ଶିକାର କରୁଥିଲେ, ଗିରଫ ହେଲେ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ପଥରଖମ୍ବ ଗାଁରେ ଗତ ମାସ ୨୫ ତାରିଖ ଦିନ ହାତୀ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ରେଞ୍ଜର ବିଭୂଦାନନ୍ଦ ମିଶ୍ର । ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ମୁକ୍ତାପଶି ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଙ୍କିଳି ସଂରକ୍ଷିତ ଜଙ୍ଗଲରୁ ଆଜି ୨ ଜଣ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବାରହା ମାଂସ ଜବତ କରିଛି ବନବିଭାଗ । ଗିରଫ ଦୁଇ ଅଭିଯୁକ୍ତ ପରଜଙ୍ଗ ଥାନା ସାଆନ୍ଦା ଗାଁ କେଞ୍ଚୁଡି ମୁଣ୍ଡାସାହିର ଭାସ୍କର ତିରିଆ ଓ ଡବି ତିରିଆ । ଦୀର୍ଘଦିନ ହେବ ଅଭିଯୁକ୍ତ ଶିକାରୀ ମାନେ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ୧୧ କେଭି ବିଦ୍ୟୁତ ସାହାଯ୍ୟରେ ଜନ୍ତୁ ଶିକାର କରୁଥିଲେ ।
ପଶ୍ଚିମାଞ୍ଚଳ ରେଞ୍ଜର ବିଭୂଦାନନ୍ଦ ମିଶ୍ର ଶିକାରୀ ମାନଙ୍କୁ ଧରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଆଜି ସକାଳେ ଫରେଷ୍ଟର ଚନ୍ଦ୍ରଶେଖର ବେହେରା ନିଜ କର୍ମଚାରୀଙ୍କ ସହ ମିଶି କଙ୍କିଳି ସଂରକ୍ଷିତ ଜଙ୍ଗଲରେ ଚଢ଼ାଉ କରିଥିଲେ । ଗିରଫ ପରେ ଦୁଇ ଅଭିଯୁକ୍ତକୁ କୋଭିଡ ଟେଷ୍ଟ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

 

ଆହୁରି ପଢ଼ନ୍ତୁ

ନଭେମ୍ବରରେ କେମିତି ଚାଲିବ ସରକାରୀ ଅଫିସ, ଆସିଲା ଗାଇଡ୍‌ଲାଇନ୍

କମ୍ବିଂ ଅପରେସନ୍ ବେଳେ ପୋଲିସ-ମାଓବାଦୀ ମୁହାଁମୁହିଁ

ଉପନିର୍ବାଚନ ପାଇଁ ୩ରେ ଛୁଟି ଘୋଷଣା

ରାଜ୍ୟରେ ମନ୍ଦିର ଖୋଲାଯିବା ଦରକାର: ଧର୍ମେନ୍ଦ୍ର

୨ଟି ଥାଳି ଫ୍ରି ଆଶାରେ ଅନ୍‌ଲାଇନ୍ ଅର୍ଡର କରୁଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେଲା ଜାଣନ୍ତୁ

ସୁସ୍ଥ ହୋଇଥିବା ଲୋକଙ୍କୁ ବି ପୁଣି ଥରେ କରୋନା ହେବ କି ନାହିଁ ? ଓଡ଼ିଶାରେ ମିଳିଲା ପ୍ରମାଣ

ଟ୍ରକ୍ ଧକ୍କାରେ ଚାଲିଗଲା ଅଜା-ନାତିର ଜୀବନ

ହବିଷ୍ୟାଳୀଙ୍କ ପାଇଁ ମିଳିବ ମହାପ୍ରସାଦ

ଭୁବନେଶ୍ୱରରେ ଅଧା ଲୋକଙ୍କୁ ଛୁଇଁଗଲାଣି କରୋନା

ନିର୍ବାଚନ ପୂର୍ବରୁ ୧୫୦୦ ଅପରାଧୀ ଚିହ୍ନଟ, ୭୫ ୱାରେଣ୍ଟିଙ୍କୁ ଜେଲ୍

ଫେସବୁକ୍‌ରେ ପ୍ରେମ ନିବେଦନ କରି ଯୁବତୀଙ୍କୁ ଦେଖା କରିବାକୁ ଯାଇଥିଲେ, ତା’ ପରେ…

ଘର ତିଆରି ପାଇଁ ୧୫ ହଜାର ଟଙ୍କାରେ ବିକିଥିଲେ ଶିଶୁ କନ୍ୟା 

You might also like