ରାସ୍ତାକଡ଼ରେ ଟ୍ରକ୍ ଦେଖି ସନ୍ଦେହ ବଢ଼ିଲା, ପୋଲିସ୍ ଦେଖିବା ପରେ…

ଗଞ୍ଜାମ: ଲକ୍‌ଡାଉନ୍‌ ଯୋଗୁଁ ଗାଡ଼ି ଚଳାଚଳ ଉପରେ କଟକଣା କରାଯାଇଛି। ତଥାପି ଏହା ଭିତରେ ଚାଲିଛି ବେଆଇନ୍ କାରବାର। ଗଞ୍ଜାମ ଜିଲ୍ଲା ଭଞ୍ଜନଗରରୁ ବିଦେଶୀ ମଦ ଭର୍ତ୍ତି ଟ୍ରକ ଜବତ ହୋଇଛି। ଭଞ୍ଜନଗର ଥାନା କେବିରି ବ୍ରହ୍ମପୁର ଗ୍ରାମରେ ଏକ ମଦ ଭର୍ତ୍ତି ଟ୍ରକ ଠିଆ ହୋଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ମିଳିତ ଚଢାଉ କରିଥିଲେ।

ଯାଞ୍ଚ ବେଳେ ଡ୍ରାଇଭରଠାରୁ ସେମିତି କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ଫଳରେ ମଦ ଭର୍ତ୍ତି ଟ୍ରକଟିକୁ ଜବତ କରି ଭଞ୍ଜନଗର ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଗୋଟିଏ ପଟେ କରୋନା ଯୋଗୁଁ ସାରା ଦେଶ ଲକଡାଉନ୍ ଥିବାବେଳେ ଏଠାକୁ କେଉଁଠାରୁ ଏତେ ସଂଖ୍ୟାରେ ବିଦେଶୀ ମଦ ଆସିଲା, ତାର ଖୋଳତାଡ଼ କରୁଛି ଭଞ୍ଜନଗର ପୋଲିସ।

You might also like