ଭୁବନେଶ୍ୱର: ରାଜଧାନୀରେ ଦୋକାନ ବଜାର ଖୋଲିବା ନେଇ କଟକଣା କୋହଳ ପରେ ବି ଖୋଲିନି ଦୋକାନ। ଦୁଇ ଦିନରୁ ବିଏମସି ନିର୍ଦ୍ଦେଶ ପରେ ବି ଏବେ ଯାଏ ଦୋକାନ ଖୋଲିନାହିଁ। ବ୍ୟବସାୟଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି, ଯାହା ଫଳରେ ଏପରି ହୋଇଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା।
ବିଏମସି ନିର୍ଦ୍ଦେଶ ସରଳୀକରଣ ହୋଇନି। ଦୋକାନୀଙ୍କ ପାଖରେ ସଠିକ୍ ସୂଚନା ନାହିଁ। ଯଦି ବି ଦୋକାନ ଖୋଲୁଛି ତେବେ ପୋଲିସ୍ ଏହାକୁ ବନ୍ଦ କରାଉଥିବା ଅଭିଯୋଗ ସେ କରିଛନ୍ତି। ଦୋକାନୀ ପୋଲିସ୍ ଡରରେ ଦୋକାନ ଖୋଲୁନଥିବା ବି ଅଭିଯୋଗ ସେ କରିଛନ୍ତି। ବିଏମ୍ସିର ନିର୍ଦ୍ଦେଶ ସମ୍ପର୍କରେ ଦୋକାନୀ ଓ ପୋଲିସକୁ ଅବଗତ କଲା ପରେ ବି ନିର୍ଦ୍ଦେଶ ତଳ ସ୍ତରରେ ଲାଗୁ ହୋଇପାରିବ ବୋଲି ସୁଧାକର ପଣ୍ଡା କହିଛନ୍ତି।
ଭୁବନେଶ୍ୱରରୁ କଣ୍ଟେନମେଣ୍ଟ ହଟିବା ପରେ ସ୍ଥିତି ଅନୁଧ୍ୟାନ କରି ସହରରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ଖୋଲିବନି ସ୍ଥିର କରିଥିଲା ବିଏମସି। ମୋଟର ଗ୍ୟାରେଜ୍, ବ୍ୟାଟେରୀ ଦୋକାନ, ଟାୟାର ଓ ଲୁବ୍ରିକାଣ୍ଟ ଦୋକାନ ଖୋଲା ରହିବା ସହ ଇଲେକ୍ଟ୍ରିସିଆନ, ଆଇଟି ମେକାନିକ, ପାଣିପମ୍ପ୍ ମେକାନିକ, ମୋଟର ସାଇକେଲ ମେକାନିକ୍ ଓ କାର୍ପେଣ୍ଟର ଭଳି ଆତ୍ମନିଯୁକ୍ତି ସେବା ଦେଉଥିବା ଲୋକଙ୍କୁ କାମ ପାଇଁ ଅନୁମତି ମିଳିଥିଲା।