ଏନ୍ଆଇଟି ପ୍ରଫେସର ଆତ୍ମହତ୍ୟା ଘଟଣା; ତଦନ୍ତ କରୁଛି ପୋଲିସ୍

ରାଉରକେଲା:ରାଉରକେଲା ଏନ୍ଆଇଟିର ଆସୋସିଏଟ୍ ପ୍ରଫେସର ଆର.ଜୟ ବାଲାନ ଓ ପତ୍ନୀ ମାଳିନୀ କେଶୱନ୍ତଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସର ତଦନ୍ତ ଜାରି ରହିଛି। କେବଳ ଯେ, ନିଃସନ୍ତାନ ପାଇଁ ଦମ୍ପତ୍ତି ସୁଇସାଇଡ କରିଥିବେ ତାହା କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ ନୋଟରେ ସ୍ପଷ୍ଟ ଭାବେ ଏହି କଥା ଉଲ୍ଳେଖ ରହିଛି । ଏପଟେ ରବିବାର ଦିନ ମୃତକଙ୍କ ପରିବାର ଲୋକେ ରାଉରକେଲା ଆସି ମରଶରୀର ନେଇଛନ୍ତି।

ମଦୁରାଇ ଏରୋଡରୁ ମୃତ ପ୍ରଫେସରଙ୍କ ପରିବାର ଲୋକ ଆସିବା ପରେ ସେମାନଙ୍କ ଉପସ୍ଥିତିରେ ଶବ ବ୍ୟବଚଚ୍ଛେଦ ହୋଇଛି।  ପରେ ପୁଲିସ ଉଭୟ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ଏହି ଘଟଣାରେ ପୁଲିସ ଏକ ସୁଇସାଇଡାଲ ନୋଟ ଜବତ କରିଛି। ଯେଉଁଥିରେ ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ତା’ ସହିତ ଧନସମ୍ପତ୍ତି ବଡଭାଇ ବୁଝାବୁଝି କରିବେ । କେଉଁ ଲକର, କେଉଁ ବ୍ୟାଙ୍କରେ କେତେ ଟଙ୍କା, ସୁନା ଗହଣା ଅଛି ଏନେଇ ମଧ୍ୟ ସବୁ ସୂଚନା ରହିଛି । ସମୁଦାୟ ୪ ପୃଷ୍ଠାର ସୁଇସାଇଡ ନୋଟ ମଧ୍ୟରୁ ତିନି ପୃଷ୍ଠା ଇଂରାଜୀରେ ଲେଖା ହୋଇଥିବା ବେଳେ ଗୋଟିଏ ପୃଷ୍ଠା ତାମିଲରେ ଲେଖା ହୋଇଛି। ସବୁ ପୃଷ୍ଠାର ତଳେ ଉଭୟ ଦମ୍ପତ୍ତିଙ୍କ ଦସ୍ତଖତ ମଧ୍ୟ ରହିଛି ।

ପ୍ରଫେସର ଆର.ଜୟ ବାଲାନ ଜଣେ ଉଚ୍ଚ କୋଟିର ସ୍କଲାର ଥିଲେ।  ଷ୍ଟାଫ୍‌ମାନଙ୍କ ସହ ତାଙ୍କର ଭଲ ସର୍ମ୍ପକ ଥିଲା । ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢ଼ାଇବା ସହ ଭଲ ଗାଇଡ ମଧ୍ୟ କରୁଥିଲେ । ତାଙ୍କ ପତ୍ନୀ ମଧ୍ୟ ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିଲେ । ଏନଆଇଟି ପକ୍ଷରୁ କୌଣସି ପ୍ରକାରର ଚାପ ବା ଟେନସନ୍  ନଥିବା କହିଛନ୍ତି ରେଜିଷ୍ଟ୍ରାର। ୨ ସପ୍ତାହ ତଳେ ଉଭୟେ ତାମିଲନାଡୁ ଯାଇଥିଲେ। ଛୁଟିକାଟିବା ପରେ  ଗତ ୧୪ ତାରିଖରେ ସେମାନେ ରାଉରକେଲା ଫେରି ଆସିଥିଲେ। ଆସିବା ପରେ ଟିକିଏ ଟେନ୍‌ସନ୍‌ ଓ ଚାପରେ ଥିବା ରେଜିଷ୍ଟ୍ରାର କହିଛନ୍ତି । ହେଲେ ବିବାହର ୯ ବର୍ଷ ପରେ ଦମ୍ପତ୍ତିଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି।

ଶନିବାର ରାଉରକେଲା ଏନ୍ଆଇଟି ପରିସର ଷ୍ଟାଫ୍ କ୍ୱାର୍ଟର ଏଫ୍ଆରଏ-୧୦୨ ନମ୍ବର କ୍ୱାର୍ଟର ଭିତରୁ ବାହାରୁଥିଲା ଦୁର୍ଗନ୍ଧ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରୁ ଉଦ୍ଧାର କରିଥିଲା ଏହି ପ୍ରଫେସର ଦମ୍ପତ୍ତିଙ୍କ ମୃତଦେହ।

ଆହୁରି ପଢ଼ନ୍ତୁ

ବସ୍ତା ବସ୍ତା ନକଲି ଶ୍ୟାମ୍ପୁ ଓ ଫେସ୍ ଓ୍ୱାଶ୍‌ ଜବତ

ଅଙ୍ଗନବାଡ଼ି କେନ୍ଦ୍ରରୁ ମିଳିଲା ମୃତଦେହ

ମାଲକାନଗିରିରେ ଡଙ୍ଗା ବୁଡ଼ି ୩ ନିଖୋଜ

ଜିଲ୍ଲାପାଳଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଫେରିଲା ୬୦ ଲକ୍ଷ ଟଙ୍କା

ପୁଲିସ୍‌ ଗାଡ଼ିରୁ କଳା ଧୂଆଁ ବାହାରୁଥିବା ଦେଖି ପିଛା କଲେ ଲୋକେ, ଆଉ ତା’ପରେ…

ଆକ୍ସନ୍ ମୁଡ୍‌ରେ ଗଞ୍ଜାମ ପୁଲିସ୍: ୨୪ ଘଣ୍ଟାରେ ୨ଟି ଏନକାଉଣ୍ଟର

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଦୁର୍ଗାପୂଜା ବୈଠକରେ ବିଧାୟକଙ୍କୁ ଡକା ନ ଯିବା ନେଇ ତେଜିଲା ବିବାଦ

ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

ଉଦ୍ଧାର ହେବ ମ୍ୟାଲେସିଆ ଜାହାଜ ଜିନ୍ ହ୍ୱା-୩୨

ଚେକିଂ ଆଳରେ ନକଲି ତୀର୍ଥଯାତ୍ରୀଙ୍କ ଠାରୁ ଲୁଟିନେଲେ ଟଙ୍କା ଓ ସୁନା

ରାସ୍ତାରେ ତାର ବାଡ଼ ଯୋଗୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ; ୨ କିମି ଚାଲିଲେ ଗର୍ଭବତୀ

You might also like