ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର କରୁଥିବା ମଦୁଆ ଯୁବକଙ୍କୁ ଗୋଡ଼ାଇ ପିଟିଲା ପୁଲିସ୍

କଟକ: ପିକ୍‌ନିକ୍ ପାଇଁ ଯାଇଥିବାବେଳେ ମଦ ପିଇ ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ। ବାଙ୍କୀ ଅଂଶୁପା ପର୍ଯ୍ୟଟନସ୍ଥଳୀରେ ଏହି ଘଟଣା ଘଟିଛି।

ସ୍ଥାନୀୟ ଅଂଚକଳର କିଛି ଯୁବକ ଗତକାଲି ଅଂଶୁପାକୁ ପିକ୍‌ନିକ୍ ପାଇଁ ଯାଇଥିଲେ। ସେଠାରେ ଭୋଜିଭାତ କରିବା ସହିତ ମଦ ପିଇ ଉତ୍ପାତ କରିଥିଲେ। ସେଠାକୁ ଆସିଥିବା ମହିଳା ପର୍ଯ୍ୟଟକଙ୍କୁ ଦୁର୍ବବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଖବର ପାଇବା ପରେ ପୁଲିସ ସେଠାରେ ପହଞ୍ଚି ଉନ୍ମତ୍ତ ଯୁବକଙ୍କୁ ଉଚିତ ଶିକ୍ଷା ଦେଇଥିଲା।

You might also like