ମାସ୍କ ପିନ୍ଧି ନ ଥିଲେ ବୋଲି ଗୋଡ଼େଇ ଗୋଡ଼େଇ ପିଟିଲା ପୋଲିସ
ଭଦ୍ରକ: ପୁଣି ସାମ୍ନାକୁ ଆସିଲା ପୋଲିସର ବର୍ବରତା । ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛନ୍ତି ପୋଲିସ କର୍ମୀ । ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ଚାରି ପାଞ୍ଚ ଜଣ ପୋଲିସ କର୍ମୀ ମିଶି ଜଣେ ବ୍ୟକ୍ତିଙ୍କୁ ପିଟି ଚାଲିଛନ୍ତି ।
ବନ୍ତ ଥାନା ନିକଟରେ ଜଣେ ବ୍ୟକ୍ତି ଜଣକ ମାସ୍କ ନ ପିିନ୍ଧି ରାସ୍ତାରେ ବୁଲୁଥିଲେ। ଏହି ସାମାନ୍ୟ ଅପରାଧ ପାଇଁ ତାଙ୍କୁ ଧରି ପୋଲିସ ଏଭଳି ଅମାନୁଷିକ ଭାବେ ତାଙ୍କୁ ପିଟି ଚାଲିଛି। ମହିଳା ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ କର୍ମୀମାନେ ବ୍ୟକ୍ତି ଜଣଙ୍କୁ ପିଟୁଛନ୍ତି ।
ପୋଲିସ ମାଡ଼ରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ବନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜଣେ ବ୍ୟକ୍ତି ପୋଲିସ ଅଧିକାରୀଙ୍କୁ ଟ୍ୱିଟ୍ କରି ଜଣାଇବା ପରେ ଘଟଣା ସାମ୍ନାକୁ ଆସିଛି । ଘଟଣାରେ ଜଣେ କନଷ୍ଟେବଳଙ୍କୁ ନିଲମ୍ବନ କରାଯାଇଥିବା ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ଅନ୍ୟପଟେ ସଂପୃକ୍ତ ବ୍ୟକ୍ତି ଜଣେ ମହିଳା କନଷ୍ଟେବଳଙ୍କୁ ଦୁର୍ବବ୍ୟହାର କରିବା ନେଇ ଅଭିଯୋଗ ହୋଇଛି । ଏନେଇ ବନ୍ତ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।
ସୂଚନାଥାଉ କି, କିଛି ଦିନ ପୂର୍ବେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆଇଆଇସି ଜଣେ ବ୍ୟକ୍ତିଙ୍କୁ ଥାନା ଭିତରେ ଗଡାଇ ଗଡ଼ାଇ ପିଟୁଥିବା ଭିଡିଓ ଭାଇରାଲ ହୋଇଥିଲା।