ରାଜଧାନୀରେ ପୋଲିସର ଦାଦାଗିରି! ଫାଇନ୍ ଆଦାୟ ନାଁରେ ଯୁବକଙ୍କୁ ପିଟି ଲହୁଲୁହାଣ କଲା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୋଲିସର ଜୁଲୁମ ଅଭିଯୋଗ । ଫାଇନ୍ ଆଦାୟ ବେଳେ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରି ଗୁରୁତର ଆହତ କରିିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ଯୁବକଙ୍କ ନାଁ ଅନନ୍ତ ବେହେରା ବୋଲି ଜଣାପଡ଼ିଛି।

ସେ ନୂଆ ଏୟାରପୋର୍ଟ ରାସ୍ତା କଡ଼ରେ ନିଜ ଗାଡ଼ି ପାର୍କିଂ କରି ବସିଥିବା ବେଳେ ପୋଲିସ ତାଙ୍କୁ ଶହେ ଟଙ୍କା ଫାଇନ୍ ମାଗିଥିଲା ।ମାତ୍ର ସେ ଇ-ଚାଲାଣ ଜରିଆରେ ଟଙ୍କା ଦେବେ ବୋଲି କହିଥିଲେ । ମାତ୍ର ପୋଲିସ ଏଥିରେ ରାଜି ନ ହୋଇ ତାଙ୍କ ଠାରୁ ବଳପୂର୍ବକ ଟଙ୍କା ଆଦାୟ କରିଥିବା ଯୁବକ ଜଣକ ଅଭିଯୋଗ କରିଛନ୍ତି ।

ଏ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଲୋକେ ମାଡ଼ ମାରିଥିବା ପୋଲିସଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ । ପରେ ଲୋକଙ୍କୁ ପୋଲିସ ବୁଝାସୁଝା କରିବା ସହ ଆହତ ଯୁବକଙ୍କୁ ମେଡିକାଲ ପଠାଇଥିଲା ।

ଏ ନେଇ ସଂପୃକ୍ତ ପୋଲିସ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଯୁବକ ଜଣକ ନୋ ପାର୍କିଂରେ ଗାଡ଼ି ରଖିଥିଲେ । ତେବେ ସେ ଫାଇନ୍ ନ ଦେବାରୁ ଥାନାକୁ ନେବା ବେଳେ ଯୁବକଙ୍କ ମୁଣ୍ଡ ଫାଟିଯାଇଥିଲା। ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।
BBSR_ATTACK_AVO_2PM
ATTACKED_YOUTH_BYTE_2PM
BBSR_ATTACK_POLICE_BYTE_2PM

You might also like