କଟକ: ପାର୍ବଣ ସମୟରେ ବସ୍ମାନଙ୍କରୁ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏନେଇ ସମସ୍ତ ଥାନାକୁ ସତର୍କ କରାଯାଇଛି। ଗତକାଲି ପୁଲିସ୍ ଡିଜି ବିଜୟ କୁମାର ଶର୍ମା ଏନେଇ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତକାଲି ବସ୍ମାନଙ୍କରୁ ବେଆଇନ ଚାନ୍ଦା ଆଦାୟ ବନ୍ଦ କରିବାକୁ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଡିଜିପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ।
ବିଶେଷ କରି କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ବଲାଙ୍ଗିର ଜିଲ୍ଲାରେ ଏହି ସମସ୍ୟା ଅଧିକ ବୋଲି ସଂଘ କହିଥିଲା। ଏହାକୁ ବନ୍ଦ କରିବାକୁ ଡିଜିପିଙ୍କ ନିକଟରେ ସଂଘର ସଦସ୍ୟମାନେ ଅନୁରୋଧ କରିଥିଲେ।