କେନ୍ଦୁଝର(ପ୍ରଣୟ କୁମାର ପାଣି): ବାଇକ୍ରେ ଥାନାକୁ ଯାଉଥିଲେ। କିନ୍ତୁ ବାଟରେ ପିଟି ଦେଲେ ବୋଲେରୋ। ଆଜି ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅଞ୍ଚଳରେ।
ମୃତ ଏଏସ୍ଆଇଙ୍କ ନାଁ ମୋରିସ କୁଜୁର। ୨୦ ନମ୍ବର ଜାତୀୟ ରାଜପଥରେ ଝୁମ୍ପୁରା ବାଇପାସ୍ ନିକଟରେ ବୋଲେରୋଟି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଝୁମ୍ପୁରା ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ଘଟାଇଥିବା ବୋଲେରୋକୁ ପୁଲିସ୍ ଜବତ କରିବା ସହିତ ଡ୍ରାଇଭରକୁ ଅଟକ ରଖିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।