ପୋଲିସ୍ ଏଏସ୍ଆଇଙ୍କୁ ମାଡ଼
ବାରିପଦା: ପୋଲିସ୍ ଏଏସ୍ଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ ଅଭିଯୋଗ। ଆକ୍ରମଣରେ ମୟୁରଭଞ୍ଜ କପ୍ତିପଦା ଥାନା ଏଏସ୍ଆଇ ଶୁଭେନ୍ଦୁ ବେହେରା ଗୁରୁତର ଆହତ ହୋଇଛନ୍ତି । ଏକ ମାମଲାରେ ଅଭିଯୁକ୍ତ ଥିବା ବାଲି ମାଫିଆ ବସନ୍ତ କୁମାର ବେହେରାଙ୍କୁ ଗରିଫ କରିବାକୁ ଗତକାଲି ରାତିରେ ତାଙ୍କ ଗାଁ ଡାହିସାହିକୁ ଯାଇଥିଲେ ଏଏସ୍ଆଇ । ହେଲେ ଏହି ସୟମରେ ବସନ୍ତ କୁମାର ବେହେରାଙ୍କ ସହ ତାଙ୍କ ପରିବାର ସଦସ୍ୟ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ।
ଗୁରୁତର ଏଏସ୍ଆଇଙ୍କୁ ଉଦ୍ଧାର କରି ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ୍ । ଏହି ଘଟଣାରେ ୩ଜଣଙ୍କୁ ଗରିଫ କରାଯାଇଛି। ଅଭିଯୁକ୍ତ ବସନ୍ତ ବେହେରା ଓ ତାଙ୍କ ବାପା ଫେରାର ହୋଇଯାଇଛନ୍ତି । ପୂର୍ବରୁ ପଥର ଚୋରା ଚାଲାଣ ବେଳେ ଗାଡିକୁ ଜବତ କରିବାରୁ ଆରଆଇଙ୍କୁ ଆକ୍ରମଣ କରିଥିଲା ଅଭିଯୁକ୍ତ। ବାଲି ମାଫିଆ ବସନ୍ତ ବେହେରାଙ୍କୁ ଏହି ମାମଲାରେ ପୋଲିସ ଗିରଫ କରିବାକୁ ଯାଇଥିବା ବେଳେ ଏଏସ୍ଆଇଙ୍କୁ ଆକ୍ରମଣ ହୋଇଛି।