• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ବାଲେଶ୍ୱର(ରଞ୍ଜିତ ପାକଳ): ଭିଜିଲାନ୍ସ ଜାଲରେ ପୁଲିସ ଏଏସ୍‌ଆଇ ନରହରି ମହାଲିକ। ବେଲ୍‌ କରାଇଦେବା ବାହାନାରେ ସେ ବାରମ୍ୱାର ଲାଞ୍ଚ ଟଙ୍କା ନେଉଥିଲେ। ଯୋଜନା ମୁତାବକ ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏପରିକି ତାଙ୍କ ଘରେ ଚଢ଼ଉ କରି ୭୦,୦୦୦ ଟଙ୍କାର ଏକ ଚେକ୍‌ ଜବତ କରିଛନ୍ତି।

ସୂଚନା ମୁତାବକ, ବାଲେଶ୍ୱର ସୁନହଟ ଅଞ୍ଚଳର ଶେଖ ସକିଲ ଅହମ୍ମଦଙ୍କ ଜମି ବିବାଦକୁ ନେଇ ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଏଏସ୍‌ଆଇ ନରହରି ମହାଲିକ ଏହି ମାମଲାର ତଦନ୍ତ କରୁଥିଲେ। ସକିଲ୍‌ଙ୍କୁ ବେଲ୍‌ କରାଇଦେବା ପାଇଁ ସେ ବାରମ୍ୱାର ଟଙ୍କା ନେଉଥିଲେ। ଅଭିଯୋଗ ଅନୁସାରେ ଏଏସ୍‌ଆଇ ନରହରି ପ୍ରଥମେ ୧୫,୦୦୦ ଟଙ୍କା ନେଇଥିଲେ। ପରେ ୭୦,୦୦୦ ଟଙ୍କାର ଏକ ବ୍ୟାଙ୍କ ଚେକ୍‌ ନେଇଥିବା ଅଭିଯୋଗ ହୋଇଥିଲା।

ତେବେ ଏଏସ୍‌ଆଇଙ୍କ ଉତ୍ପାତ ଅସହ୍ୟ ହେବାରୁ ଶେଖ ସକିଲ୍‌ଙ୍କ ପରିବାର ଲୋକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଏଏସ୍‌ଆଇ ନରହରି ଆଜି ଥାନା ସମ୍ମୁଖରେ ୧୦,୦୦୦ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍‌ର ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଏପରିକି ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ ନରହରିଙ୍କ ଫକିରମୋହନନଗର ସ୍ଥିତ ଘରେ ଚଢ଼ଉ କରି ୭୦,୦୦୦ ଟଙ୍କାର ଏକ ଚେକ୍‌ ଜବତ କରିଥିଲେ।

Police-asi-arrested-while-taking-bribe-in-baleswar
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories