OTV ନେଟୱର୍କ କଣ୍ଟେଣ୍ଟ ଚୋରି ଅଭିଯୋଗ: ଜଣେ ଗିରଫ

ଭୁବନେଶ୍ୱର: ଓଡ଼ିଶା ଟେଲିଭିଜନ ନେଟ୍‌ୱର୍କର କଣ୍ଟେଣ୍ଟ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଇନଫୋସିଟି ପୋଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ନିରଞ୍ଜନ ସେନାପତି।

ନିରଞ୍ଜନ ବାରମ୍ବାର ଓଟିଭି ନେଟୱର୍କର ବିଭିନ୍ନ କଣ୍ଟେଣ୍ଟ ଚୋରି କରୁଥିଲେ। ବିନା ଅନୁମତିରେ କଣ୍ଟେଣ୍ଟ ନେଇ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ୍‌ କରୁଥିଲେ। ସେ OTNର ଓଟିଟି ପ୍ଲାଟଫର୍ମ ତରଙ୍ଗ ପ୍ଲସରୁ କଣ୍ଟେଣ୍ଟ ଚୋରୁ କରୁଥିଲେ।

ଏହାଦ୍ୱାରା ଓଡ଼ିଶା ଟେଲିଭିଜନ ଲିମିଟେଡର ରାଜସ୍ୱ କ୍ଷତି ହେଉଥିଲା। ଏ ସଂପର୍କରେ ଓଡ଼ିଶା ଟେଲିଭିଜନ ଲିମିଟେଡ ପକ୍ଷରୁ ଇନଫୋସିଟି ଥାନାରେ ଏତଲା ଦିଆଯାଇଥିଲା। କପି ରାଇଟ ଉଲ୍ଲଂଘନ ନେଇ ଥାନାରେ ଏତଲା ହୋଇଥିଲା।

ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିବା ସହ OTV ନାଁରେ ଗୁଜବ, ଫେକ୍ ନ୍ୟୁଜ୍‌ କରୁଥିବା ଲୋକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କହିଛି।

You might also like